Latest Odisha News

BREAKING NEWS

ସାଇନା ନେହୱାଲଙ୍କୁ କରୋନା, ଚାମ୍ପିଅନସିପ୍ ଖେଳିବାକୁ ଯାଇଥିଲେ ଥାଇଲାଣ୍ଡ

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସାଇନା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଥାଇଲ୍ୟାଣ୍ଡ ଗସ୍ତରେ ଥିବା ବେଳେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ପରେ ତାଙ୍କୁ ହସ୍ପିଟାଲରେ କ୍ବାରେଣ୍ଟାଇନ କରାଯାଇଛି। ତେବେ ଏହା ସାଇନାଙ୍କ ପାଇଁ ଏକ ବଡ଼ ପ୍ରତିବନ୍ଧକ ସାବ୍ୟସ୍ତ ହୋଇପାରେ।

ସୂଚନା ଅନୁଯାୟୀ ଜାନୁଆରୀ ୧୨ ରୁ ୧୭ ପର୍ଯ୍ୟନ୍ତ ୟୋନେକ୍ସ ଥାଇଲ୍ୟାଣ୍ଡ ଓପନ୍ ଖେଳାଯିବ। ଏହା ପରେ ୧୯ ରୁ ୨୪ ଜାନୁଆରୀ ମଧ୍ୟରେ ଟୟୋଟା ଥାଇଲ୍ୟାଣ୍ଡ ଓପନ୍ ଏବଂ ବିଡବ୍ଲୁଏଫ ୱାର୍ଲ୍ଡ ଟୁର୍ ଫାଇନାଲ୍ ୨୭ ରୁ ୩୧ ଜାନୁୟାରୀ ପର୍ଯ୍ୟନ୍ତ ଖେଳାଯିବ। ଏଭଳି ସ୍ଥିତିରେ ସାଇନାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

Comments are closed.