Latest Odisha News

BREAKING NEWS

ବିବାହ ବନ୍ଧନରେ ଛନ୍ଦି ହେଲେ ବ୍ୟାଡ଼ମିଣ୍ଟନ୍ ତାରକା ସାଇନା ଓ ପାରୁପଲ୍ଲୀ କଶ୍ୟପ

ନୂଆଦିଲ୍ଲୀ : ବିବାହ ବଦ୍ଧନରେ ଆବଦ୍ଧ ହେଲେ ଭାରତର ଦୁଇ ବ୍ୟାଡ଼ମିଣ୍ଟନ ତାରକା ସାଇନା ନେହୱାଲ ଓ ପାରୁପଲ୍ଲୀ କଶ୍ୟପ । ମୁମ୍ବାଇ ଠାରେ ଶୁକ୍ରବାର ଦିନ ବଡ ଧୂମଧାମର ସହ ଦୁହିଁଙ୍କ ବିବାହ ଅନୁଷ୍ଠିତ ହୋଇଛି ।

ଅନେକ ଦିନର ପ୍ରତିକ୍ଷା ପରେ ଏହି ଦୁଇ ପ୍ରେମୀ ଡ଼ିସେମ୍ବର ୧୪ ତଥା ଆଜି ପାରମ୍ପରିକ ରୀତିରେ ପରିବାର ବର୍ଗଙ୍କ ଉପସ୍ଥିତିରେ ବିବାହ କରିଛନ୍ତି । ସାଇନା ବିବାହ ସମୟର ଏକ ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି । ଏଥିସହିତ ‘ଏହା ମୋ ଜୀବନର ସର୍ବଶ୍ରେଷ୍ଠ ମ୍ୟାଚ୍” ବୋଲି ଉଲ୍ଲେଖ କରିଛନ୍ତି ।

୩୨ ବର୍ଷୀୟ ପାରୁପଲ୍ଲୀ କଶ୍ୟପଙ୍କ ଗଣନା ଦେଶର ସର୍ବଶ୍ରେଷ୍ଠ ପୁରୁଷ ବ୍ୟାଡମିଣ୍ଟନ୍ ଖେଳାଳୀଙ୍କ ମଧ୍ୟରେ ହୋଇଥାଏ । ସେ ୨୦୧୪ ମସିହାରେ କମନୱେଲ୍ଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ପରେ ପରେ କଶ୍ୟପ ଅଷ୍ଟ୍ରିଆ ଓପନ୍ ଭଳି ଅନେକ ଟୁର୍ଣ୍ଣାମେଣ୍ଟ ଖେଳି ନିଜର ପ୍ରତିଭା ଦେଖାଇଛନ୍ତି ।

ଗତ ୨୦୦୫ ମସିହାରୁ ଏହି ଦୁଇ ଭାରତୀୟ ବ୍ୟାଡ଼ମିଣ୍ଟନ ତାରକା ଏକାଠି କୋଚ୍ ଗୋପୀଚାନ୍ଦଙ୍କଠୁ ବ୍ୟାଡ଼ମିଣ୍ଟନ ତାଲିମ ନେଉଥିଲେ । ଗୋପୀଚାନ୍ଦଙ୍କ ତାଲିମ କେନ୍ଦ୍ରରେ ଦୁହେଁ ଦୁହିଁଙ୍କୁ ଭଲଭାବେ ଚିହ୍ନିବାକୁ ଚେଷ୍ଟା କରିଥିଲେ । ଧିରେ ଧିରେ ସେମାନଙ୍କ ମଧ୍ୟରେ ପ୍ରେମ ସୃଷ୍ଠି ହେଲା । ଦୁହେଁ ବିଗତ ୧୦ ବର୍ଷ ଧରି ଡ଼େଟିଂ କରୁଥିଲେ ।

Leave A Reply

Your email address will not be published.