Latest Odisha News

ବ୍ରିଜ ଭୂଷଣଙ୍କୁ ହଟାଇବା ପାଇଁ ବବିତା ଫୋଗଟ କରିଥିଲେ ଷଡଯନ୍ତ୍ର: ସାକ୍ଷୀ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ସାକ୍ଷୀ ମଲିକ ପୂର୍ବତନ କ୍ରୀଡାବିତ୍ ତଥା ଭାରତୀୟ ଜନତା ପାର୍ଟି ନେତା ବବିତା ଫୋଗଟଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।

ସେ କହିଛନ୍ତି ଯେ ଦେଶର କୁସ୍ତି ଖେଳାଳିଙ୍କୁ ନେଇ ପୂର୍ବତନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ବବିତା ବିରୋଧ ପ୍ରଦର୍ଶନ କରାଇଥିଲେ। କାରଣ ସେ ବ୍ରିଜ ଭୂଷଣଙ୍କ ସ୍ଥାନରେ ଡବ୍ଲୁଏଫଆଇର ସଭାପତି ହେବାକୁ ଚାହୁଁଥିଲେ।

ଗତ ବର୍ଷ ଭିନେଶ ଫୋଗଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆ ସମେତ ଅନେକ କୁସ୍ତିଯୋଦ୍ଧା ଜନ୍ତରମନ୍ତରରେ ବ୍ରିଜ ଭୂଷଣଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବ୍ରିଜ ଭୂଷଣ ମହିଳା ଖେଳାଳିଙ୍କୁ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇଥିଲା।

ସେ ଆହୁରି ମଧ୍ଯ କହିଛନ୍ତି, “ବ୍ରିଜ ଭୂଷଣଙ୍କ ବିରୋଧରେ ବବିତା ଫୋଗଟ ଆମ ପାଖକୁ ଆସିଥିଲେ। ଏହା ପଛରେ ତାଙ୍କର ନିଜସ୍ୱ ଏଜେଣ୍ଡା ଥିଲା।

Leave A Reply

Your email address will not be published.