Latest Odisha News

ଶକ୍ତିଶାଳୀ ଶିବ ପଞ୍ଚାକ୍ଷରୀ ମନ୍ତ୍ର: କେଉଁ ସମୟରେ ଜପ କଲେ ପାଇବେ ନିଶ୍ଚିତ ଫଳ, ଜାଣନ୍ତୁ…

ଭୁବନେଶ୍ୱର: “ନମଃ ଶିବାୟ” ଏହି ମନ୍ତ୍ରଟି ହେଉଛି ଶିବ ପଞ୍ଚାକ୍ଷର ମନ୍ତ୍ର ଏବଂ “ଓଁ ନମଃ ଶିବାୟ” ଏହି ମନ୍ତ୍ରଟି ହେଉଛି ଷଡ଼କ୍ଷାର ମନ୍ତ୍ର । ପ୍ରତ୍ୟେକ ଶିବ ଭକ୍ତ ଏହି ମନ୍ତ୍ରର ନିରନ୍ତର ଉଚ୍ଚାରଣ କରିଥାନ୍ତି । କୁହାଯାଏ ଏହି ମନ୍ତ୍ର ଜପ କଲେ ସର୍ବ ପାପ କ୍ଷୟ ହୋଇଥାଏ ।

ସ୍କନ୍ଦ ପୁରାଣରେ କୁହାଯାଇଛି ଯେ “ଯାହାର ହୃଦୟରେ “ନମଃ ଶିବାୟ” ଓ “ଓଁ ନମଃ ଶିବାୟ” ମନ୍ତ୍ର ବାସ କରେ, ତାଙ୍କୁ ଅନ୍ୟ ମନ୍ତ୍ର, ତୀର୍ଥ, ତପସ୍ୟା, ଯଜ୍ଞର କୌଣସି ଆବଶ୍ୟକତା ନାହିଁ” ।

ଶିବ ପଞ୍ଚାକ୍ଷର ଓ ଷଡ଼କ୍ଷାର ମନ୍ତ୍ରକୁ ସଂଜୀବନୀ ମନ୍ତ୍ର କୁହାଯାଏ ଯେଉଁଥିରେ ସମସ୍ତ ବେଦର ଜ୍ଞାନ, ସିଦ୍ଧି, ଅଲୌକିକ ଓ ପରଲୌକିକ ସୁଖ, ସମସ୍ତ ଜନ୍ମର ପାପ ନାଶ ହେବା ଶକ୍ତି ନିହିତ ଥାଏ । ଶିବ ପଞ୍ଚାକ୍ଷରୀ ମନ୍ତ୍ର ପଢିଲେ ଅନେକ କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଯଦି କୌଣସି ବ୍ୟକ୍ତି ଦୀର୍ଘାୟୁ ହେବା ପାଇଁ ଇଚ୍ଛା ପ୍ରକଟ କରିଥାନ୍ତି, ତେବେ ଗଙ୍ଗାରେ ସ୍ନାନ ସମୟରେ ୧ଲକ୍ଷ ଥର ଶିବ ପଞ୍ଚାକ୍ଷର ମନ୍ତ୍ର ଜପ କଲେ ଦୀର୍ଘାୟୁ ପ୍ରାପ୍ତ ହୁଏ ।

ଅକାଳମୃତ୍ୟୁ ଭୟ ରହୁଥିଲେ ପ୍ରତି ଶନିବାର ଦିନ ଅଶ୍ୱସ୍ଥ ବୃକ୍ଷକୁ ସ୍ପର୍ଶ କରି ଶିବ ପଞ୍ଚାକ୍ଷରୀ ମନ୍ତ୍ରକୁ ୧୧ ଥର ଜପିଲେ ଏହି ଭୟ ନାଶ ହୁଏ ବୋଲି ଶାସ୍ତ୍ରରେ ଲେଖା ରହିଛି ।

ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମୟରରେ ଏହି ପଞ୍ଚାକ୍ଷରୀ ମନ୍ତ୍ର କୁ ଶିବଙ୍କୁ ଧ୍ୟାନ କରି ୧ଲକ୍ଷ ଥର ଜପ କଲେ ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ ।

ବିଦ୍ୟା ଓ ଲକ୍ଷ୍ମୀ ପ୍ରାପ୍ତି ପାଇଁ ଶିବ ପଞ୍ଚାକ୍ଷର ମନ୍ତ୍ରକୁ ୧୧ ଥର ଜପ କରି ଆଞ୍ଜୁଳିରେ ପାଣି ନେଇ ଶିବଲିଂଗରେ ଅଭିଷେକ କରନ୍ତୁ ।

ପ୍ରତିଦିନ ୧୦୮ ଥର ଶିବ ପଞ୍ଚାକ୍ଷରୀ ମନ୍ତ୍ର ଜପ କରି ସୂର୍ଯ୍ୟଙ୍କୁ ଜଳ ଚଢ଼େଇଲେ ଦୀର୍ଘଦିନର ପୁରାତନ ରୋଗରୁ ଉପଶମ ମିଳିବା ସହ ଆରୋଗ୍ୟ ପ୍ରାପ୍ତ ହୁଏ ।

ଏହି ମନ୍ତ୍ରକୁ ପୂର୍ବ ବା ଉତ୍ତର ଦିଗକୁ ମୁଖକରି ପ୍ରତିଦିନ ୧୦୮ ଥର ରୁଦ୍ରାକ୍ଷ ମାଳାରେ ଜପ କଲେ କୋଟିପୁଣ୍ୟ ମିଳେ; ଏହି ମନ୍ତ୍ର ଜପ ପାଇଁ କୌଣସି ଶୁଭଦିନ, ଶୁଭ ନକ୍ଷତ୍ର, ଦୀକ୍ଷା, ହୋମ, ଗୁରୁ ଉପଦେଶର ଆବଶ୍ୟକତା ନାହିଁ; ଏହାକୁ ସବୁ ଜାତି, ସ୍ତ୍ରୀ, ପୁରୁଷ ଜପ କରିପାରିବେ; ଶିବଙ୍କୁ ଧ୍ୟାନ କରି ଉଚିତ ଶୁଦ୍ଧତାର ସହ ଏହି ମନ୍ତ୍ରକୁ ଜପ କରିବା ବିଧେୟ ।

Leave A Reply

Your email address will not be published.