Latest Odisha News

BREAKING NEWS

ଗୃହରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଲେ ବିରୋଧୀ

ଭୁବନେଶ୍ୱର: ଦିଲ୍ଲୀର ବିଧାୟକ ମାନଂକ ଦରମା ବୃଦ୍ଧି ପରେ ଓଡ଼ିଶା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ବିଧାନସଭାରେ ଉଠିଛି ।  ବିଧାୟକଙ୍କ ଦରମା  ଏବଂ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଆଲୋଚନା ହୋଇଥିଲା । ଏହି ପ୍ରସଙ୍ଗକୁ ସବୁ ଦଳର ବିଧାୟକ ସମର୍ଥନ ଜଣାଇଛନ୍ତି । ଆଜି ଗୃହର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର  କହିଥିଲେ, ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ନେଇ ସବୁ କମିଟି ରିପୋର୍ଟ ଦେଇଛନ୍ତି । ଏହା ଉପରେ ସରକାର  କ’ଣ ନିଷ୍ପତ୍ତି ନେଲେ ଜଣାପଡୁ ନାହିଁ ।

ନରସିଂହ ମିଶ୍ର କହିଥିଲେ, ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ନେଇ  କମିଟି  ଦେଇଥିବା  ରିପୋର୍ଟ ସଂସଦୀୟ ବ୍ୟାପର ବିଭାଗକୁ ପଠାଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହର ନେତାଙ୍କ ସହ ଆଲୋଚନା କରି ଗୃହକୁ ବିଲ କେମିତି ଆସିବ ସେ ନେଇ ସମୟଚିତ ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ ।

ନରସିଂହ ମିଶ୍ରଙ୍କ ବକ୍ତିବ୍ୟକୁ  ସମର୍ଥନ କରି ଅମର ଶତପଥୀ କହିଥିଲେ ଦିଲ୍ଲୀର ବିଧାୟକ ମାନଂକ ଦରମା ବୃଦ୍ଧି ହୋଇଛି । ପୂର୍ବତନ ବିଧାୟକମାନେ ମଧ୍ୟ ଅସୁବିଧାରେ ଅଛନ୍ତି । ସେମାନଙ୍କର ମଧ୍ୟ ପେନସନ ବୃଦ୍ଧି ପାଇବା କଥା ବୋଲି କହିଥିଲେ ଅମର ଶତପଥୀ  । ବିରେଧୀଙ୍କ ଦାବି ପରେ ବାଚସ୍ପତି ଏ ସମ୍ପର୍କିତ ବିଲ ଗୃହରେ ଆଗତ କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ରୁଲିଂ ଦେଇଛନ୍ତି ।

Comments are closed.