Latest Odisha News

BREAKING NEWS

ଜେଡ ପ୍ଲସ ସୁରକ୍ଷା ହଟାଇବାରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ସତ୍ୟପାଲ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରୁଥିବା ସତ୍ୟପାଲ ମଲିକଙ୍କ ଜେଡ଼ ପ୍ଲସ ସୁରକ୍ଷାକୁ ପ୍ରତ୍ୟାହାର କରିନିଆଯାଇଛି । ଆଉ ଏହାକୁ ନେଇ ସେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ସେ କହିଛନ୍ତି ଯେ ଯଦି ତାଙ୍କ ସହ କିଛି ଘଟେ ତେବେ କେନ୍ଦ୍ର ଏଥିପାଇଁ ଦାୟୀ ରହିବ। ସରକାରଙ୍କୁ ବିରୋଧ କରିବାରୁ ମୋତେ ଦଣ୍ଡ ଦିଆଯାଇଛି। ସତ୍ୟପାଲ କହିଛନ୍ତି ଯେ ପୋଲିସ ମୁଖ୍ୟାଳୟରୁ ଜାଣିବାକୁ ପାଇଛି ଯେ ତାଙ୍କର ଜେଡ ପ୍ଲସ ସୁରକ୍ଷା ଉଠାଇନିଆଯାଇଛି ଓ କୌଣସି କମାଣ୍ଡୋ ସ୍ତରୀୟ ସୁରକ୍ଷା ରହିବ ନାହିଁ ।

ସେ କହିଛନ୍ତି ଯେ ମୋତେ ବର୍ତ୍ତମାନ ଜଣେ ପିଏସଓ ଦିଆଯାଇଛି, ଯିଏକି ଗତ ତିନି ଦିନ ଧରି ଆସୁନାହିଁ | ଏଭଳି ସ୍ଥିତିରେ ଯେକେହି ମୋତେ ଆକ୍ରମଣ କରିପାରନ୍ତି। ମଲିକ କହିଛନ୍ତି ଯେ ଯଦି ମୋ ସହିତ କିଛି ଘଟେ ତେବେ କେନ୍ଦ୍ର ସରକାର ଏଥିପାଇଁ ଦାୟୀ ରହିବେ। ଉଲ୍ଲେଖ ଥାଉ କି ରାଜ୍ୟପାଳ ଥିବା ସମୟରେ ସେ ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । କୃଷି ଆଇନ ହେଉ କି ଅଗ୍ନିବୀର ଯୋଜନା ସବୁ ପ୍ରସଙ୍ଗରେ ସେ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ମଲିକ ୨୦୧୭ରେ ବିହାରର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କୁ ୨୦୧୮ରେ ଜମ୍ମୁକଶ୍ମୀର, ୨୦୧୯ରେ ଗୋଆ ଏବଂ ୨୦୨୦ରେ ମେଘାଳୟର ରାଜ୍ୟପାଳ କରାଯାଇଥିଲା।

Leave A Reply

Your email address will not be published.