Latest Odisha News

BREAKING NEWS

ପୂର୍ବତନ ବୋଲର ସଲିଲ ଅଙ୍କୋଲା କୋଭିଡ ୧୯ରେ ସଂକ୍ରମିତ,ପୋଷ୍ଟ ଲେଖି କହିଲେ- ‘ଏହା ଅତ୍ୟନ୍ତ ଭୟାନକ’

ମୁମ୍ବାଇ: ଅଭିନେତା ତଥା ପୂର୍ବତନ ବୋଲର ସଲିଲ ଅଙ୍କୋଲାଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି । ସଲିଲ ତାଙ୍କ ଇନଷ୍ଟାଗ୍ରାମରେ ହସପିଟାଲର ଏକ ଫଟୋ ସେୟାର କରିଛନ୍ତି । କୋଭିଡ ୧୯ ଦ୍ୱାରା ସଂକ୍ରମିତ ହେବା ପରେ ସଲିଲ ଅଙ୍କୋଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । 

ମାର୍ଚ୍ଚରେ ନିଜ ଜନ୍ମଦିନ ପାଳନ କରନ୍ତି ସଲିଲ । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଦିନ ସେ ହସ୍ପିଟାଲରେ ଅଛନ୍ତି । ୫୩ ବର୍ଷିୟ ସଲିଲ ଲେଖିଛନ୍ତି, ‘ଏହା ଭୁଲି ନହେବା ଭଳି ଜନ୍ମଦିନ । ଏହା ଅତ୍ୟନ୍ତ ଭୟାନକ କିନ୍ତୁ ଏଥିରୁ ବାହାରିବା ପାଇଁ ଆପଣ ସମସ୍ତଙ୍କର ପ୍ରାର୍ଥନା ଆବଶ୍ୟକ । ମୁଁ ଖୁବ୍ ଶୀଘ୍ର ଫେରିବି ।

୮୦ ଏବଂ ୯୦ଦଶକରେ ଟିମ୍ ଇଣ୍ଡିଆରେ ଅଂଶ ଗ୍ରହଣ କରିଥିବା ସଲିଲ ଅଙ୍କୋଲାଙ୍କୁ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ଏହାର ମୁଖ୍ୟ ଚୟନକର୍ତ୍ତା ଭାବରେ ଚୟନ କରିଥିଲା । କ୍ରିକେଟ୍ କ୍ୟାରିୟରରେ ସଲିଲ ଅଙ୍କୋଲା ମୁମ୍ବାଇର ଜଣେ ଦ୍ରୁତ ବୋଲର ଥିଲେ । 

ପରବର୍ତ୍ତୀ ସମୟରେ ସଲିଲ କ୍ରିକେଟ୍ ଛାଡି ଫିଲ୍ମ ଜଗତରେ ପାଦ ରଖିଥିଲେ ।  ୨୦୦୬ ମସିହାରେ ବିଗ୍ ବସ୍ ରେ ଭାଗ ନେଇଥିଲେ ସଲିଲ ।  

Leave A Reply

Your email address will not be published.