Latest Odisha News

BREAKING NEWS

‘ଗଡ ଫାଦର’ ଟ୍ରେଲର ରିଲିଜ୍ ପରେ ଟଲିଉଡ଼ ପ୍ରତି ଆଗ୍ରହ ଦେଖାଇଲେ ଭାଇଜାନ

ମୁମ୍ବାଇ: ବଲୁଉଡ ଭାଇଜାନ ସଲମାନ ଖାନ ନିଜ କାମ ପାଇଁ ସର୍ବଦା ଚର୍ଚ୍ଚାର ଶୀର୍ଶରେ ଥାଆନ୍ତି। ଗୋଟେ ପଟେ ଚିରଞ୍ଜୀବୀଙ୍କ ସହ ଦକ୍ଷିଣ ଚଳଚ୍ଚିତ୍ର ‘ଗଡ ଫାଦର’ର ଟ୍ରେଲର ଆସିଛି। ଅନ୍ୟପକ୍ଷରେ ବିଗ୍ ବସ୍ ୧୬ ଆରମ୍ଭ ହୋଇଯାଇଛି। ଏଭଳି ପରିସ୍ଥିତିରେ ସଲମାନ ଖାନ ଚାରିଆଡେ ବେଶ୍ ଚର୍ଚ୍ଚିତ। ଯଦିଓ ସଲମାନ ଖାନ ଏହି ଫିଲ୍ମରେ ଏକ କ୍ୟାମିୟୋ କରୁଛନ୍ତି, ଏହି ସାଉଥ ସିନେମାରେ ସେ ଡେବ୍ୟୁ କରୁଛନ୍ତି। ନିକଟରେ ଏକ ଇଭେଣ୍ଟରେ ଭାଇଜାନ ସଲମାନ ଖାନ ବଲିଉଡ ଛାଡିବା କଥା କହିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଚାଲିଥିଲା।

ସାଉଥ ଇଣ୍ଡଷ୍ଟ୍ରିର ଆଗାମୀ ଚଳଚ୍ଚିତ୍ର ‘ଗଡ ଫାଦର’ର ଟ୍ରେଲର ଆସିବା ପରେ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ର ୫ ଅକ୍ଟୋବର ଅର୍ଥାତ୍ ଦଶହରା ଦିନ ମୁକ୍ତିଲାଭ କରିବ। ସମସ୍ତେ ଜାଣନ୍ତି ସଲମାନ ଖାନ ଏହି ଚଳଚ୍ଚିତ୍ରରେ ଏକ କ୍ୟାମିୟୋ କରୁଛନ୍ତି। କିନ୍ତୁ, ନିକଟରେ ଅଭିନେତା ସାଉଥ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ସହିତ ସେ ହଲିଉଡ ଇଣ୍ଡଷ୍ଟ୍ରି ଆଡକୁ ଯାଉଥିବା କଳାକାରମାନଙ୍କୁ ମଧ୍ୟ ଅପମାନିତ କରିଥିଲେ।

ଅଭିନେତା ସଲମାନ ଖାନ ବଲିଉଡ ଛାଡୁ ନାହାଁନ୍ତି ସତ କିନ୍ତୁ ସେ ସାଉଥ ସିନେମା ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି। ‘ଗଡ ଫାଦର’ର ଟ୍ରେଲର ଆସିବା ପରେ ଫ୍ୟାନ୍ସଙ୍କଠାରୁ ପାଇଥିବା ପ୍ରତିକ୍ରିୟାରେ ସେ ଅତ୍ୟନ୍ତ ଖୁସି ଅଛନ୍ତି। ଟ୍ରେଲର ଲଞ୍ଚ ଇଭେଣ୍ଟ ସମୟରେ ସଲମାନ କହିଥିଲେ ଯେ ସେ ଦକ୍ଷିଣ ଚଳଚ୍ଚିତ୍ର କରିବାକୁ ସେ ବହୁତ ଆଗ୍ରହୀ। ସେ ସାଉଥରେ ଥିବା ପ୍ରଶଂସକମାନଙ୍କୁ ହିନ୍ଦୀ ସିନେମା ଆଡକୁ ଆକର୍ଷିତ କରିବାରୁ ଚାହୁଁଛନ୍ତି। ଅଭିନେତା ବିଶ୍ୱାସ କରନ୍ତି ଯେ ଭାଷା ଭିନ୍ନ କିନ୍ତୁ ସିନେମା ଏକ।

ଟ୍ରେଲର ଲଞ୍ଚ ଇଭେଣ୍ଟ ସମୟରେ ସଲମାନ କହିଛନ୍ତି ଯେ, ‘କିଛି ଲୋକେ ହଲିଉଡ ଯିବାକୁ ଚାହୁଁଛନ୍ତି, କିନ୍ତୁ ମୁଁ ସାଉଥ୍ ଯିବାକୁ ଚାହେଁ। ଯଦି ଆମେ ସମସ୍ତେ ଏକାଠି ମିଶି କାମ ଆରମ୍ଭ କରିବା ତେବେ କଳ୍ପନା କରନ୍ତୁ କେତେ ଲୋକ ଆମ ପାଖକୁ ଆସିବେ। ସବୁଠି ସିନେମା ହଲ୍ ଅଛି। ଲୋକମାନେ ଉତ୍ତରଠାରୁ ଆରମ୍ଭ କରି ଦକ୍ଷିଣରେ ମଧ୍ୟ ଦେଖି ପାରିବେ। ମୋର ପ୍ରଶଂସକମାନେ ଚିରଞ୍ଜୀବୀଙ୍କ ପ୍ରଶଂସକ ହେବେ ଏବଂ ତାଙ୍କର ପ୍ରଶଂସକମାନେ ମୋର ହେବେ। ଧିରେ ଧିରେ ଭାରତରେ ସବୁ ଭାଷାଭାଷି ଲୋକେ ଏକ ହୋଇ ସିନେମାର ମଜା ଉଠାଇପାରିବେ।’

Leave A Reply

Your email address will not be published.