ମୁମ୍ବାଇ: ଅଭିନେତାରୁ ଚାଷୀ ପାଲଟିଲେ ବଲିଉଡର ଭାଇଜାନ ସଲମାନ ଖାନ । ବିଲରେ ରୋଇଲେ ଧାନ । କେବଳ ସେତିକି ନୁହେଁ ଟ୍ରାକ୍ଟର ଚଳାଇ ହଳ ମଧ୍ୟ କଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
Rice plantation done . . pic.twitter.com/uNxVj6Its4
— Salman Khan (@BeingSalmanKhan) July 20, 2020
ଏହି ଭିଡିଓରେ ସଲମାନ ଲୋକଙ୍କ ସହ ଧାନ ରୋଉଥିବା ନଜର ଆସିଛନ୍ତି । ଏହାପରେ ସେ ନିଜ ହାତ ଓ ପାଦକୁ କାଦୁଅ ପାଣିରେ ଧୋଉଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ସଲମାନ ବିଲରେ ହଳ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଭିଡିଓକୁ ସଲମାନଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ଲୁଲିଆ ଭନ୍ତୁର ସେୟାର କରିଛନ୍ତି ।
ସୂଚନା ଯୋଗ୍ୟଯେ, କରୋନା ମହାମାରୀ ଯୋଗୁଁ ଏବଂ ଲକଡାଉନ୍ ପୂର୍ବରୁ ସଲମାନ ନିଜ ପରିବାର ସହ ଫାର୍ମା ହାଉସରେ ଅଛନ୍ତି । କରୋନା ଯୋଗୁଁ ଏବେ ଫିଲ୍ମ ସୁଟିଂ ବନ୍ଦ ରହିଛି । ତେବେ ଅନ୍ଲକ ସମୟରେ ସର୍ତ୍ତମୂଳକ ସୁଟିଂ ପାଇଁ ଅନୁମତି ଦିଆଯାଇଛି ।
Comments are closed.