Latest Odisha News

BREAKING NEWS

ମୁମ୍ବାଇରେ ହୋଟେଲ ନିର୍ମାଣ କରିବେ ସଲମାନ

ମୁମ୍ବାଇ: ବଲିଉଡ଼ର ଅଭିନେତା ଅଭିନେତ୍ରୀମାନେ ମୁମ୍ବାଇରେ ବିଳାସପୂର୍ଣ୍ଣ ବଙ୍ଗଳା ଏବଂ ଆପାର୍ଟମେଣ୍ଟ କିଣୁଛନ୍ତି । ଏବେ ବଲିଉଡ଼ର ଭାଇଜାନ ତଥା ସଲମାନ ଖାନ୍ ମୁମ୍ବାଇର ବାନ୍ଦ୍ରାସ୍ଥିତ କାର୍ଟର ରୋଡ଼ରେ ଏକ ହୋଟେଲ ଖୋଲିବାକୁ ଯାଉଛନ୍ତି । ସେଥିଲାଗି ସେ ଏକ ପ୍ଲଟ ବି କିଣି ସାରିଛନ୍ତି । ଏଥିସହିତ ବିଏମସି ବିଲଡିଂ ଏହି ଯୋଜନାକୁ ଅନୁମୋଦନ ମଧ୍ୟ ଦେଇ ସାରିଛି । ଖୁବଶୀଘ୍ର ଏହି କାମ ଜୋରସୋରରେ ଚାଲିବ ବୋଲି ଜଣାଯାଇଛି ।

ବଲିଉଡର କଳାକାରମାନେ ଦୀର୍ଘ ଦିନ ଧରି ମୁମ୍ବାଇରେ ଲକ୍ଷ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ବିନିଯୋଗ ଏବଂ କ୍ରୟ କରିଆସୁଛନ୍ତି । ଏବେ ସଲମାନଙ୍କ ପରିବାର ବାନ୍ଦ୍ରା କାର୍ଟର ରୋଡରେ ହୋଟେଲ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ଏହା ଏକ ୧୯ ମହଲା ବିଶିଷ୍ଟ ହୋଟେଲ ହେବ । ଏହି ପ୍ଲଟରେ ପୂର୍ବରୁ ଷ୍ଟାରଲେଟ କୋଅପରେଟିଭ ହାଉସିଂ ସୋସାଇଟି ରହିଥିଲା, ଯେଉଁଠାରେ ଖାନ ପରିବାରର ଆପାର୍ଟମେଣ୍ଟ ଥିଲା । ପୂର୍ବରୁ ଏହି ପ୍ଲଟରେ ଏକ ହାଉସିଙ୍ଗ୍ ସୋସାଇଟି ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା, କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇ ହୋଟେଲ କରିବାକୁ ସ୍ଥିର କରାଯାଇଛି ।

Comments are closed.