Latest Odisha News

ଜୁହି ଚାୱାଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାଁ ଏକ ଚ୍ୟାଟ ସୋରେ ଏକ ମଜାଦାର କଥା କହିଛନ୍ତି । ଜୁହି ଚାୱାଲାଙ୍କୁ ପ୍ରତି ସେ ଏତେ ମାତ୍ରାରେ ଆକୃଷ୍ଟ ହୋଇ ପଡିଥିଲେ ଯେ, ତାଙ୍କୁ ବିବାହ କରିବାକୁ ଚାହିଁଥିଲେ । ଏଥିପାଇଁ ସେ ସିଧା ଜୁହିଙ୍କ ବାପାଙ୍କୁ ଭେଟି ପ୍ରସ୍ତାବ କଥା କହିଥିଲେ । ତେବେ ଜୁହିଙ୍କ ବାପା ଏହି ପ୍ରସ୍ତାବରେ ରାଜି ହୋଇ ନ ଥିଲେ । ସେ କାହିଁକି ମୋତେ ମନା କଲେ ତାହା ମୁଁ ଜାଣି ନାହିଁ । ବୋଧହୁଏ ତାଙ୍କୁ ମୁଁ ପସନ୍ଦ ନ ଥିଲି ବୋଲି ସଲମାନ କହିଛନ୍ତି ।

ସୂଚନାଯୋଗ୍ୟ, ବଲିଉଡ କ୍ୟାରିୟର ଆରମ୍ଭ କରିବା ପରଠାରୁ ସଲମାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡାଯାଇଛି । ଜୁହି ଓ ସଲମାନ ଏକତ୍ର କୌଣସି ଫିଲ୍ମରେ ଅଭିନୟ କରି ନାହାନ୍ତି । ଏ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ଜୁହି ମୋ ସହିତ ଅଭିନୟ କରିବାକୁ ଚାହାନ୍ତି ନାହିଁ । ଜୁହି ଚାୱାଲା ୧୯୯୫ରେ ଜୟ ମେହେଟ୍ଟାଙ୍କୁ ବିବାହ କରିଥିଲେ ।

Leave A Reply

Your email address will not be published.