Latest Odisha News

ସଲମାନଙ୍କ ବଙ୍ଗଳାରେ କ୍ରାଇମବ୍ରାଞ୍ଚ ଚଢ଼ାଉ, ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନଙ୍କ ବଙ୍ଗଳାରେ ବୁଧବାର ଦିନ ଚଢାଉ କରିଛି ମୁମ୍ବାଇ ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ସଲମାନ ଖାନଙ୍କ ଗୋରାଇସ୍ଥିତ ବଙ୍ଗଳାରେ ଚଢ଼ାଉ କରି ଜଣେ ୬୨ ବର୍ଷୀୟ ଫେରାର ଆସାମୀ ସିଦ୍ଧେଶ୍ବର ରାଣାକୁ ଗିରଫ କରିଛି ମୁମ୍ବାଇ ପୋଲିସ। ଅଭିଯୁକ୍ତ ଜଣଙ୍କ ଦୀର୍ଘ ୨୦ବର୍ଷ ଧରି ସଲମନଙ୍କ ବଙ୍ଗଳାର ତଦାରଖ କରୁଥିଲା। ତେବେ ଗୁପ୍ତ ସୂଚନା ଆଧାରରେ ପୋଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଭାବରେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି।

ପୋଲିସକୁ ଦେଖି ଅଭିଯୁକ୍ତ ରାଣା ସେଠାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ସତ୍ତ୍ୱେ ବିଫଳ ହୋଇଛି ।

ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ୧୯୯୦ ମସିହାରେ ଏକ ଚୋରି ମାମଲାରେ ଅଭିଯୁକ୍ତ ରାଣା ଓ ତାର ସହଯୋଗୀଙ୍କୁ ପୋଲିସ ଗିରଫ କରିଥିଲା। ସେମାନେ ଜାମିନରେ ମୁକୁଳିବା ପରେ ପୋଲିସକୁ ଚକମା ଦେଇ ଲୁଚି ବୁଲୁଥିଲେ। ଅଭିଯୁକ୍ତ ରାଣା ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ରହୁଥିବା ନେଇ କିଛିଦିନ ପୂର୍ବରୁ ପୋଲିସକୁ ସୂଚନା ମିଳିଥିଲା। ପରେ ସେହି ବଙ୍ଗଳା ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍‌ଙ୍କ ବଙ୍ଗଳା ବୋଲି ଜଣାପଡିଥିଲା।

ସଲମାନଙ୍କୁ ଏସବୁ ସମ୍ପର୍କରେ କିଛିବି ଜଣା ନଥିବାବେଳେ ଅଭିଯୁକ୍ତ ରାଣା କେବେଠାରୁ ଏବଂ କାହା ମାଧ୍ୟମରେ ତାଙ୍କ ବଙ୍ଗଳାରେ ରହି କାମ କରୁଥିଲା ସେନେଇ ସଲମାନଙ୍କୁ ପୋଲିସ ପଚରାଉଚରା କରିବ ବୋଲି ସୂଚନା ମିଳିଛି ।

Comments are closed.