Latest Odisha News

BREAKING NEWS

ବାଂଲାଦେଶରେ ରିଲିଜ ହେବ ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’

ମୁମ୍ବାଇ: ନିକଟରେ ବଲିଉଡ଼ର ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’ ବାଂଲଦେଶରେ ରିଲିଜ୍ ହେବା ପରେ ଏବେ ସଲମାନ ଖାନ୍‌ଙ୍କ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଇଦ୍ ଅବସରରେ ରିଲିଜ ହୋଇଥିବା ସଲମାନଙ୍କ ଅଭିନିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଖୁବ୍‌ଶୀଘ୍ର ବାଲାଂଦେଶରେ ରିଲିଜ୍ ହେବ । ଏହାକୁ ନେଇ ବାଂଲାଦେଶରେ ଥିବା ସଲମାନଙ୍କ ପ୍ରଶଂସକମାନେ ଖୁବ ଉତ୍ସାହିତ ହୋଇ ପଡିଛନ୍ତିି ।

ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ରିଲିଜ ପାଇଁ ବାଂଲାଦେଶ ସୂଚନା ମନ୍ତ୍ରଣାଳୟ ଅନୁମତି ମିଳିସାରିଛି । କିଛି ଦିନ ତଳେ ଏହି ଫିଲ୍ମ ରିଲିଜ କରିବାକୁ ଯାଉଥିବା କମ୍ପାନୀ ବାଂଲାଦେଶ ସୂଚନା ମନ୍ତ୍ରଣାଳୟରେ ଆବେଦନ କରିଥିଲେ । ଆଉ ଏହି ଅନୁମତି ମିଳିବ ବୋଲି ମଧ୍ୟ ଆଶା ରଖିଥିଲେ । ଶେଷରେ ବାଂଲାଦେଶ ସୂଚନା ମନ୍ତ୍ରଣାଳୟ ଏହି ଫିଲ୍ମକୁ ରିଲିଜ କରିବାକୁ ଅନୁମତି ଦେଇଛନ୍ତି । ଏହି ଫିଲ୍ମ ବାଂଲାଦେଶରେ ରିଲିଜ ହେବା ପରେ ଏହା ବଦଳରେ ବାଂଲାଦେଶର ମୁଭି ‘କୋସାଇ’ ଇଣ୍ଡିଆରେ ରିଲିଜ କରାଯିବ । ବାଂଲାଦେଶ ସୂଚନା ମନ୍ତ୍ରଣାଳୟ ଗୋଟିଏ ବର୍ଷରେ ୧୦ ଫିଲ୍ମ ରିଲିଜ କରିବାକୁ ଅନୁମତି ଦେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ଗତ ୧୨ ତାରିଖ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’ ବାଂଲାଦେଶରେ ରିଲିଜ ହୋଇଥିଲା । ଏହାକୁ ଦର୍ଶକ ମଧ୍ୟ ଖୁବ୍ ପସନ୍ଦ କରିଥିଲେ ।

୧୯୭୧ ମସିହା ପରେ ବାଂଲାଦେଶରେ ପ୍ରଥମ ଥର ହିନ୍ଦୀ ଫିଲ୍ମ ‘ପଠାନ’ ରିଲିଜ୍ ହୋଇଥିଲା । ଏଭଳି ପରିସ୍ଥିତିରେ ଦେଶ ଗଠନର ପ୍ରାୟ ୫୨ ବର୍ଷ ପରେ ଏକ ହିନ୍ଦୀ ଫିଲ୍ମ ରିଲିଜ୍ ହୋଇଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଆନନ୍ଦ ଦେଖାଦେଇଥିଲା ।

Leave A Reply

Your email address will not be published.