ମୁମ୍ବାଇ: ହଲିଉଡରେ ସଲମାନଙ୍କ ଏଣ୍ଟ୍ରି। ସଲମାନ ଖାନ ଏବଂ ସଞ୍ଜୟ ଦତ୍ତ ସାଉଦି ଆରବରେ ଏକ ହଲିଉଡ୍ ଫିଲ୍ମର ସୁଟିଂ କରୁଥିବା ଜଣାପଡିଛି। ଏହି ଫିଲ୍ମଟି ୨୦୨୧ ମସିହାରେ ଆସିଥିବା ଆର୍ଜେଣ୍ଟିନା ଫିଲ୍ମ ସେଭେନ୍ ଡଗ୍ସର ରିମେକ୍ ବୋଲି କୁହାଯାଉଛି। ଯେଉଁଥିରେ ଉଭୟ ଅଭିନେତା କ୍ୟାମିଓ କରୁଥିବାର ନଜର ଆସିବେ।
ରିପୋର୍ଟ ଅନୁସାରେ, ଏହି ଫିଲ୍ମରେ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ନଜର ଆସିବେ। ଏହା କ୍ଲିପ୍ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଲିକ୍ ଭିଡିଓରେ ସଲମାନ ଖାନ ଡ୍ରାଇଭର ୟୁନିଫର୍ମ ପିନ୍ଧି ଏକ ଅଟୋ-ରିକ୍ସା ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି। ସେ ଏକ ଚେକ୍ ସାର୍ଟ ପିନ୍ଧିଥିବା ବେଳେ ତାଙ୍କ କଲର ତଳେ ଏକ ଲାଲ ରୁମାଲ ବନ୍ଧା ହୋଇଛି। ଯାହା ପୁରା ମୁମ୍ବାଇ ଷ୍ଟାଇଲ ଭଳି।
ଅପରପକ୍ଷରେ ସଞ୍ଜୟ ଦତ୍ତ ଏକ କଳା ସୁଟ୍ ପିନ୍ଧିଥିବା ନଜର ଆସିଛନ୍ତି।
Comments are closed.