ଲିସେଷ୍ଟର: ପ୍ରଥମ ଶ୍ରେଣୀ କ୍ରିକେଟରେ ୧୧ତମ ଖେଳାଳି ଭାବେ ୪୦୦ ସ୍କୋର କରିଛନ୍ତି ଗ୍ଲାମରଗନର ବ୍ୟାଟ୍ସମ୍ୟାନ ସାମ ନର୍ଥଇଷ୍ଟ । ଲିସେଷ୍ଟରଶାୟର ବିପକ୍ଷରେ ସେ ୪୧୦ ରନ କରି ଅପରାଜିତ ରହିଥିଲେ । କାଂଉଟି କ୍ରିକେଟରେ ୪ର୍ଥ ଖେଳାଳି ଭାବେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ତାଙ୍କ ପୂର୍ବରୁ ବ୍ରାଏନ ଲାରା, ଏସି ମ୍ୟାକଲରେନ ଓ ଗ୍ରେମ ହିକ ୪୦୦ ରନ କରିଥିଲେ । ଦୀର୍ଘ ୧୮ ବର୍ଷ ପରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଜଣେ ବ୍ୟାଟ୍ସମ୍ୟାନ ୪୦୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି । ଶେଷ ଥର ୨୦୦୪ରେ ଲାରା ଏହି କୀର୍ତିମାନ ସ୍ଥାପନ କରିଥିଲେ । ସାମଙ୍କ ଚମତ୍କାର ଇନିଂସ ବଳରେ ଗ୍ଲାମରଗାନ ୫ ୱିକେଟରେ ୭୯୫ ରନ କରି ଇନିଂସ ଘୋଷଣା କରିଛି । ଗୋଟିଏ ଇନିଂସରେ୪୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଥିବା ବ୍ୟାଟ୍ସମ୍ୟାନମାନେ ହେଲେ-
୧. ବ୍ରାଏନ ଲାରା (୫୦୧ ନଟ ଆଉଟ, ୧୯୯୪) । ୨.ହନୀଫ ମହମ୍ମଦ (୪୯୯, ୧୯୫୯) । ୩. ସାର ଡନ ବ୍ରାଡମ୍ୟାନ (୪୫୨ ନଟଆଉଟ, ୧୯୩୦) । ୪.ଭାଉସାହେବ ନିମ୍ବାଲକାରୀ (୪୪୩ ନଟଆଉଟ, ୧୯୪୮) । ୫.ବିଲ ପାନ୍ସଫୋର୍ଡ (୪୩୭, ୧୯୨୭) । ୬. ୱିଲ ପାନ୍ସଫୋର୍ଡ (୪୨୯, ୧୯୨୩) । ୭.ଅଫତାବ ବଲୁଚ (୪୨୮, ୧୯୭୪) । ୮. ଏସି ମ୍ୟାକଲରେନ (୪୨୪, ୧୮୮୫) । ୯.ସ୍ୟାମ ନର୍ଥଇଷ୍ଟ (୪୧୦ ନଟଆଉଟ, ୨୦୨୨) । ୧୦. ଗ୍ରେମ ହିମ (୪୦୫ ନଟଆଉଟ, ୧୯୮୮) । ୧୧. ବ୍ରାଏନ ଲାରା (୪୦୦ ନଟଆଉଟ, ୨୦୦୪) ।
BREAKING NEWS
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ
- କନ୍ଧମାଳ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ ଶୁଭାରମ୍ଭ
- ଏସୀୟ କ୍ରୀଡ଼ା ୨୦୨୬: ପାକିସ୍ତାନକୁ ହରାଇ ଫାଇନାଲରେ ଭାରତୀୟ ହକି ଦଳ
- Subhadra ShaktiBazaar:ମୁମ୍ବାଇରେ ‘ସୁଭଦ୍ରା ଶକ୍ତି ପପ୍-ଅପ୍ ବଜାର’;ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ

Comments are closed.