Latest Odisha News

BREAKING NEWS

ଆଇଏସଏଲ: ହାଇଦ୍ରାବାଦ ନିକଟରୁ ଓଡିଶା ଏଫସିର ଶୋଚନୀୟ ପରାଜୟ

ଭୁବନେଶ୍ୱର: ଗୋଆର ବାମ୍ବୋଲିମ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଆଇଏସଏଲର ଏକ ମୁକାବିଲାରେ ହାଇଦ୍ରାବାଦ ୬-୧ ଗୋଲରେ ଶୋଚନୀୟ ଭାବେ ଓଡିଶା ଏଫସିକୁ ପରାସ୍ତ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଓଡିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ବିଜୟୀ ଦଳ ପକ୍ଷରୁ ବାର୍ଥେଲୋମିଓ ଓଗାବେଚ ୨ଟି ଗୋଲ ସ୍କୋର କରିଥିବା ବେଳେ ଏଚ.ରୋଡାସ, ଇଡୁ ଗାର୍ସିଆ, ଶିଭେରିଓ ଓ ଜାଓ ଏମଜେଟି ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ ।

ଜୁନାନଙ୍କ ଆତ୍ମଘାତୀ ଗୋଲ ଯୋଗୁ ଓଡିଶା ପକ୍ଷରେ ଗୋଟିଏ ଗୋଲ ପଡିଥିଲା । ଚଳିତ ସିଜନରେ ଓଡିଶା ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ଏହି ମ୍ୟାଚରେ ତାଳମେଳର ଅଭାବ ରହିଥିଲା । ଏହା ବ୍ୟତୀତ ହାଇଦ୍ରାବାଦ ଖେଳାଳିଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା ।

Leave A Reply

Your email address will not be published.