Latest Odisha News

BREAKING NEWS

‘ମୁଁ ସୁସ୍ଥ ଅଛି’ ବୋଲି କହିଲେ ସାମନ୍ଥା

ନୂଆଦିଲ୍ଲୀ : ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ । ନିକଟରେ ସେ ରୋଗାକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଏହି ଖବରକୁ ନେଇ ଫ୍ୟାନ୍ସ ମାନେ ବହୁତ୍‌ ଦୁଃଖିତ ଥିଲେ। ତାଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ସେ ଏବେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ‘ମୁଁ ବଞ୍ଚିଛି ବୋଲି ସେ କହିଛନ୍ତି’।

 

View this post on Instagram

 

A post shared by Samantha (@samantharuthprabhuoffl)

ଏକ ସାକ୍ଷାତକାରରେ ସାମନ୍ଥା କହିଛନ୍ତି, ତାଙ୍କ ଜୀବନ ବିପଦପୂର୍ଣ୍ଣ ଅବସ୍ଥାରେ ନାହିଁ। କିଛି ଦିନ ଭଲ ତ ଆଉ କିଛି ଦିନ ଖରାପ ଥାଏ। ମୁଁ ଯେଉଁ ପର୍ଯ୍ୟାୟରେ ଅଛି, ଏହା ଜୀବନ ପ୍ରତି ବିପଦ ନୁହେଁ। ମୁଁ ଏପର୍ଯ୍ୟନ୍ତ ମରି ନାହିଁ ବଞ୍ଚିଛି ବୋଲି ସେ କହିଛନ୍ତି।ନିକଟରେ ସମନ୍ଥା ନିଜେ ସୋଶାଲ ମିଡିଆରେ ପୋଷ୍ଟ କରି ସେ ମାୟୋସାଇଟିମ୍ ନାମକ ଅଟୋ-ଇମ୍ୟୁନ୍ ରୋଗରେ ପୀଡିତ ଥିବା ଜଣାଇଥିଲେ। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଦୁର୍ବଳ ଅନୁଭବ କରନ୍ତି। ଏଥିସହ ଶରୀରର ମାଂସପେଶୀ ମଧ୍ୟ ଫୁଲି ଯାଏ।

ସାମନ୍ଥା ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ଯଶୋଦା’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏଭଳି ଗୁରୁତର ରୋଗରେ ଆକ୍ରାନ୍ତ ଥାଇ ମଧ୍ୟ ସେ ନିଜ ଫିଲ୍ମ ପ୍ରମୋସନ କରୁଛନ୍ତି। ଏହାକୁ ଦେଖି ତାଙ୍କ ଫ୍ୟାନ୍‌ ଓ ଅନେକ ସେଲେବ୍ରିଟି ତାଙ୍କୁ ପ୍ରଶଂସା କରିଛନ୍ତି।

 

Comments are closed.