ସମ୍ବଲପୁର: ବେଆଇନ ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାଶ । ଆଜି ସମ୍ବଲପୁର ପୋଲିସ ବଡ଼ ଧରଣର ବେଆଇନ ବନ୍ଧୁକ କାରବାର କରୁଥୁବା ଏକ ରାକେଟ୍ ଠାବ କରିଛି । ଏହି ଘଟଣାରେ ୫ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସମ୍ବଲପୁର ଅଇଁଠାପାଲି ଥାନା ଓ କ୍ଷେତରାଜପୁର ଥାନା ଅଞ୍ଚଳରୁ ଏହି ୫ଜଣ ଗିରଫ ହୋଇଛନ୍ତି ।
ଏମାନଙ୍କଠାରୁ 7ଏମଏମର ୫ଟି ଦେଶୀ ପିସ୍ତଲ, ୧୯ଟି ଅଫୁଟା ଗୁଳି ଓ ଗୋଟିଏ ନୀଳ ରଙ୍ଗର ମାରୁତି କାର ପୋଲିସ ଜବତ କରିଛି । ସମ୍ବଲପୁର ପୋଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏସପି ମୁକେଶ କୁମାର ଭାମୁ ଏହି ସୂଚନା ଦେଇଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଲେ ବିନୟ ପ୍ରଧାନ, ବିକ୍ରମ ପଟ୍ଟନାୟକ, ନୁରୁଲ ହୁଡ଼ା, ଲାଲମୋହନ ଯାଦବ ଏବଂ ଭାରତ ସୁନା।
ଏସପି ମୁକେଶ କୁମାର ଭାମୁ କହିଛନ୍ତି ଯେ,ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭରତ ସୁନାକୁ ଗିରଫ କରାଯାଇଥିବା ବେଳେ ସେ ପୂର୍ବରୁ ଜଣେ ରେଳବାଇ କର୍ମଚାରୀ ଥିବା ଜଣାପଡ଼ିଛି । ତାଙ୍କର ଏହି ବନ୍ଧୁକ କାରବାର ନେଇ ବହୁତ ଲିଙ୍କ୍ ରହିଛି । ବିହାର, ମୁଙ୍ଗର, ଝାରସୁଗୁଡା ଅଞ୍ଚଳର କେତେକ ବନ୍ଧୁକ କାରବାର କରୁଥିବା ଗୋଷ୍ଠୀ ସହ ତାଙ୍କର ସମ୍ପର୍କ ରହିଛି । ଭାରତ ସୁନା ବନ୍ଧୁକ ଆଣି ବିକ୍ରମ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ । ପରେ ବିକ୍ରମ, ବିନୟ ପ୍ରଧାନ ଓ ଲାଲମୋହନ ଯାଦବଙ୍କୁ ଏହି ବନ୍ଧୁକ ବିକ୍ରି କରିଥିଲେ
ନିର୍ଦ୍ଧିଷ୍ଟ ସୂତ୍ରରୁ ଖବର ପାଇଁ ଆମେ ଏହି ରାକେଟକୁ ଧରିବାରେ ସଫଳ ହୋଇଛୁ। ଗିରଫ ଅଭିଯୁକ୍ତଙ୍କ ସହ ଆହୁରି ଅନେକ ଲୋକଙ୍କ ଲିଙ୍କରେ ରହିଛନ୍ତି । ସେନେଇ ପୋଲିସର ତଦନ୍ତ ଜାରି ରହିଛି ।ଏହି ରେକେଟରେ ଝାରସୁଗୁଡା, ସମ୍ବଲପୁର ଓ ବଲାଙ୍ଗୀରର କିଛି ଲୋକଙ୍କ ସମ୍ପୃକ୍ତି ରହିଛି । ଅଭିଯୁକ୍ତ ବିକ୍ରମ ପଟ୍ଟନାୟକ ନାଁରେ ପୂର୍ବରୁ ଛଅ ଟି ଅପରାଧିକ ମାମଲା ଥିବା ବେଳେ ଦୁଇଟି ଆର୍ମସ ଆକ୍ଟ ମାମଲା ରହିଛି ବୋଲି ଏସପି କହିଛନ୍ତି ।
Comments are closed.