Latest Odisha News

BREAKING NEWS

ନୂଆଁଖାଇ ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ସମ୍ବଲପୁରୀ ବିଶେଷ ଦୁଦୁରା ପିଠା

ଭୁବନେଶ୍ୱର: ଆଜି ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଏହା ଗଣପର୍ବ ହୋଇଥିବା ବେଳେ ସାରା ଓଡିଶାରେ ବେଶ୍ ଧୁମଧାମରେ ପାଳନ କରାଯାଏ । ବର୍ତମାନ କରୋନା କଟକଣା ଯୋଗୁଁ ସବୁକିଛି ଫିକା ପଡିଥିବା ବେଳେ ନୂଆଁଖାଇ ବି ଏଥିରୁ ବାଦ୍ ପଡି ନାହିଁ।

କଟକଣା ମଧ୍ୟରେ ପାଳନ ହେବ ନୂଆଁଖାଇ ପର୍ବ । ତେବେ ଘରେ ରହି ଏହି ପର୍ବ ପାଳନ ହେଉଥିବା ବେଳେ ଆସନ୍ତୁ ଶିଖିବା ସମ୍ବଲପୁରର ଏକ ସ୍ଵତନ୍ତ୍ର ପିଠା ‘ଦୁଦୁରା ପିଠା’ ।

କିପରି କରିବେ ପ୍ରସ୍ତୁତି:

୨୫୦ଗ୍ରାମ୍‌ ଅଟାରେ ୩ଟି କଦଳୀ, ପାନ ମଧୁରୀ ଗୋଟେ ଚାମଚ, ୧୫୦ଗ୍ରାମ୍‌ ଚିନି, ୩ କପ୍‌ କ୍ଷୀର ଦେଇ ଚକଟିବେ। ଧ୍ୟାନ ରଖିବେ ମିଶ୍ରଣକୁ ପାଣିଆ କରିବେ ନାହିଁ। ଏବେ ଏଥିରେ ୨ଟି ଗୁଜୁରାତି ଗୁଣ୍ଡ ପକାଇ ମିଶାଇବେ। ଏବେ ଏଥିରେ ଫାଳେ ନଡ଼ିଆ କୋରା ଦେଇ ପକାଇବେ।

ଏବେ ଛାଣିବା ପାଇଁ ଗ୍ୟାସ୍‌ରେ ଗୋଟେ ପ୍ୟାନ୍‌ ବସାନ୍ତୁ। ପ୍ୟାନ୍‌ରେ ଛାଣିବା ଭଳି ରିଫାଇଣ୍ଡ ତେଲ ଢାଳନ୍ତୁ। ତେଲ ଗରମ ହୋଇଗଲେ ପୂର୍ବରୁ ପ୍ରସ୍ତୁତ କରିଥିବା ଅଟାର ମିଶ୍ରଣକୁ ଏକ ଚାମଚ ସାହାଯ୍ୟରେ ପକାଇବା। ଏହି ସମୟରେ ଗ୍ୟାସ୍‌ର ଜାଳ କମ୍‌ କରିବେ। ଏହି ପିଠାକୁ ମଝିରେ ମଝିରେ ଲେଉଟେଇ ଦେବେ। ଏହା ଭଲ ଭାବରେ ବାଦାମୀ ହେଇଗଲେ ଗୋଟେ ପ୍ଲେଟ୍‌କୁ କାଢ଼ିଦେବା। ପ୍ରସ୍ତୁତ ହୋଇଗଲା ଆପଙ୍କର ସୁଆଦିଆ ଦୁଦୁରା ପିଠା।

Leave A Reply

Your email address will not be published.