Latest Odisha News

BREAKING NEWS

ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଦୁଇ ଦିନ ତୈଳ ଦର ଅପରିବର୍ତ୍ତିତ ରହିବା ପରେ ବୁଧବାର ପୁଣି ମୂଲ୍ୟ ବୃଦ୍ଧି ପାଇଛି।

ବୁଧବାର ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଏହାପରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୭.୯୪ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ଲିଟର ପିଛା ୧୧୩.୮୦ ଟଙ୍କାକୁ ବୃଦ୍ଧି ପାଇଛି।

ମୁମ୍ବାଇରେ ଡିଜେଲ ବର୍ତ୍ତମାନ ଲିଟରରେ ୧୦୪.୭୫ ଟଙ୍କା ଥିବାବେଳେ ଦିଲ୍ଲୀରେ ଏହାର ଲିଟର ପିଛା ୯୬.୬୭ ଟଙ୍କା ରହିଛି।

କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୮.୪୬ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୯୯.୭୮ ଟଙ୍କାରେ ବିକ୍ରି ହେଉଛି। ଏହି ସମୟରେ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୪.୮୩ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୧୦୦.୯୨ ଟଙ୍କାରେ ବିକ୍ରି ହେଉଛି।

Leave A Reply

Your email address will not be published.