Latest Odisha News

ସଞ୍ଜୁ ସାମସନ ଖେଳି ନ ପାରନ୍ତି ଆଗାମୀ ଆଇପିଏଲ

ନୂଆଦିଲ୍ଲୀ: ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଇଂଲଣ୍ଡ ବିପକ୍ଷ ୫ମ ଟି୨୦ରେ ଆଘାତପ୍ରାପ୍ତ ହୋଇଛନ୍ତି । ତାଙ୍କ ଆଙ୍ଗୁଳିରେ ବଲ ବାଜିଥିଲା ଏବଂ ଏହା ଭାଙ୍ଗିଥିବା ଜଣାପଡିଛି । ସମ୍ପୂର୍ଣ୍ଣ ଫିଟ ହେବାକୁ ତାଙ୍କୁ ୫ରୁ ୬ ସପ୍ତାହ ସମୟ ଲାଗିବ ବୋଲି ପ୍ରାରମ୍ଭିକ ଆକଳନ କରାଯାଇଛି । ଏବେ ସେ ଆଗାମୀ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ମଧ୍ୟ ଖେଳିପାରିବେ ନାହିଁ । ଏହା ବ୍ୟତୀତ ଆଇପିଏଲରେ ମଧ୍ୟ ସେ ପ୍ରଥମରୁ କେତେକ ମ୍ୟାଚରେ ଖେଳିବା ସମ୍ଭାବନା କ୍ଷୀଣ ରହିଛି । ପିଟିଆଇ ରିପୋର୍ଟ ଅନୁସାରେ ସେ ଏବେ ଥିରୁୱନ୍ତପୁରମକୁ ପ୍ରତ୍ୟାବର୍ତନ କରିଛନ୍ତି ।

ଏନସିଏର ଆବଶ୍ୟକ ପରାମର୍ଶ ନେବା ପରେ ସେ ଅଭ୍ୟାସ କେବେ ଆରମ୍ଭ କରିବେ ତାହା ସ୍ପଷ୍ଟ କରିବେ । ସଞ୍ଜୁ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି । ମାର୍ଚ୍ଚ ୨୧ରୁ ଆଇପିଏଲ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ ମେ ୨୫ରେ ଖେଳାଯିବ । ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ସଞ୍ଜୁଙ୍କ ପ୍ରଦର୍ଶନ ଭଲ ନ ଥିଲା । ସେ ୫ଟି ମ୍ୟାଚରେ ୫୧ ରନ ସଂଗ୍ରହ କରିଥିଲେ । ତେବେ ଦଳଗତ ପ୍ରଦର୍ଶନ ଯୋଗୁ ଭାରତ ୪-୧ରେ ସିରିଜ ବିଜୟୀ ହୋଇଛି ।

Comments are closed.