Latest Odisha News

ବଜେଟ୍ ୨୦୨୫: ରେଳ ବଜେଟରେ ଓଡ଼ିଶାକୁ ୧୦,୫୯୯ କୋଟି ବ୍ୟୟବରାଦ

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷରେ ଓଡି଼ଶାର ରେଳ କ୍ଷେତ୍ରକୁ ୧୦,୫୯୯ କୋଟି ଟଙ୍କା କେନ୍ଦ୍ରୀୟ ବଜେଟରେ ଦିଆଯାଇଥିବା ନେଇ ସୋମବାର ଅପରାହ୍ନରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରକାଶ କରିଛନ୍ତି।

ରାଜ୍ୟ ପାଇଁ ବ୍ୟୟବରାଦ ଘୋଷଣା କରିବା ସମୟରେ ମନ୍ତ୍ରୀ କହିଛନ୍ତି ଯେ, ଓଡିଶାରେ ୭୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।

ସେ ଆହୁରି ମଧ୍ଯ କହିଛନ୍ତି ଯେ କେନ୍ଦ୍ର ସରକାର ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ୨୦୦୦ କିଲୋମିଟରରୁ ଅଧିକ ନୂଆ ରେଳ ଟ୍ରାକ୍ ତିଆରି କରିଛନ୍ତି। ଯାହାକି ମାଲେସିଆର ସମଗ୍ର ରେଳ ନେଟୱାର୍କ ଠାରୁ ଅଧିକ ରହିଛି।

ଓଡ଼ିଶାରେ ବର୍ତ୍ତମାନ ମୋଟ ଛଅଟି ବନ୍ଦେ ଭାରତ ଟ୍ରେନ୍ ଗଡୁଛି। ଭବିଷ୍ୟତରେ ଆହୁରି ଅଧିକ ଚଳାଚଳ କରିବାର ଯୋଜନା ରହିଛି।

ଗତ ୧୦ ବର୍ଷ ମଧ୍ୟରେ ଓଡିଶାରେ ୨୦୪୬ଟି ନୂତନ ଟ୍ରାକ୍ ତିଆରି କରାଯାଇଛି। ଏହା ବ୍ୟତୀତ ରାଜ୍ଯରେ ଆହୁରି ୭୫,୦୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ କାମ ଚାଲିଛି। ସାରା ଓଡ଼ିଶାରେ ୧୮୯୮ କିଲୋମିଟର ଲମ୍ବ ଟ୍ରାକ ତିଆରିରେ କବଚ ଟେକ୍ନୋଲୋଜି ବ୍ୟବହାର କରାଯାଇଥିବା ନେଇ ସେ ପ୍ରକାଶ କରିଛନ୍ତି।

ତେବେ କେନ୍ଦ୍ର ସରକାରଙ୍କ ଦ୍ବାରା ୨୦୨୪-୨୫ ବଜେଟରେ ଓଡ଼ିଶା ରେଳବାଇକୁ ୧୦,୫୮୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା।

 

Comments are closed.