Latest Odisha News

BREAKING NEWS

ଭାରତୀୟ ବଜାରକୁ ଆସିଲା ସାମସଙ୍ଗ ଗାଲାକ୍ସି S25 ସିରିଜ; ଜାଣନ୍ତୁ ଦାମ, ଫିଚର

ନୂଆଦିଲ୍ଲୀ: ଭାରତୀୟ ବଜାରକୁ ଆସିଯାଇଛି ସାମସଙ୍ଗ ଗାଲାକ୍ସି S25 ସିରିଜ । ଜାନୁଆରୀ ୨୨ ରେ ଆମେରିକାରେ ଆୟୋଜିତ ଏକ ଇଭେଣ୍ଟରେ କମ୍ପାନୀ ଏହି ସିରିଜ୍ ଆରମ୍ଭ କରିଥିଲା ​​। ଗାଲାକ୍ସି S25, ଗାଲାକ୍ସି S25 ପ୍ଲସ୍ ଏବଂ ଗାଲାକ୍ସି S25 ଅଲଟ୍ରା ମଡେଲଗୁଡିକ ଲଞ୍ଚ କରାଯାଇଛି । ତେବେ ଭାରତରେ ଗତ ଶୁକ୍ରବାର ଦିନ ଠାରୁ ଏହି ତିନୋଟି ସ୍ମାର୍ଟଫୋନର ବିକ୍ରି ଆରମ୍ଭ ହୋଇଯାଇଛି । ଏହି ସ୍ମାର୍ଟଫୋନ୍ ସିରିଜ୍ ପାଇଁ କମ୍ପାନୀ ୪.୩ ଲକ୍ଷରୁ ଅଧିକ ପ୍ରି-ଅର୍ଡର ପାଇଛି ।

ଭାରତରେ ଗାଲାକ୍ସି S25 ର ବେସ୍ ଭାରିଆଣ୍ଟ (12GB + 256GB) ର ମୂଲ୍ୟ ୮୦,୯୯୯ ଟଙ୍କା ରହିଛି। ଏହାର 12GB + 512GB ଭାରିଆଣ୍ଟ ପାଇଁ ୯୨,୯୯୯ ଟଙ୍କା ଦେବାକୁ ପଡିବ । ଗାଲାକ୍ସି S25 ପ୍ଲସ୍ ବିଷୟରେ କହିବାକୁ ଗଲେ ଏହାର 12GB + 256GB ଭାରିଆଣ୍ଟର ମୂଲ୍ୟ ୯୯,୯୯୯ ଟଙ୍କା ରହିଛି । ଏହାର 512 ଜିବି ଭାରିଆଣ୍ଟର ମୂଲ୍ୟ ୧,୧୧,୯୯୯ ଟଙ୍କା ସ୍ଥିର କରାଯାଇଛି।

ଗାଲାକ୍ସି S25 ଅଲଟ୍ରା ହେଉଛି ଏହି କ୍ରମର ସବୁଠାରୁ ମହଙ୍ଗା ମଡେଲ୍ । ଏହାର ଆରମ୍ଭ ମୂଲ୍ୟ ହେଉଛି ୧,୨୯,୯୯୯ ଟଙ୍କା । ଏହାର 512 ଜିବି ପାଇଁ ଆପଣଙ୍କୁ ୧,୪୧,୯୯୯ ଟଙ୍କା ଦେବାକୁ ପଡିବ । ଯଦି ଆପଣ ଅଧିକ ଷ୍ଟୋରେଜ୍ ସହିତ ଏକ ଅଲ୍ଟ୍ରା ମଡେଲ୍ ଚାହୁଁଛନ୍ତି, ତେବେ ଏହାର 1TB ଭାରିଆଣ୍ଚ ପାଇଁ ଆପଣଙ୍କୁ ୧,୬୫,୯୯୯ ଟଙ୍କା ଦେବାକୁ ପଡିବ ।

ଯେଉଁମାନେ ସାମସଙ୍ଗର ଅନଲାଇନ୍ ଷ୍ଟୋରରୁ କିଣୁଛନ୍ତି ସେମାନେ ଷ୍ଟାଣ୍ଡାର୍ଡ ରଙ୍ଗ ବ୍ୟତୀତ ଅନ୍ୟାନ୍ୟ ଅନେକ ରଙ୍ଗ ବିକଳ୍ପ ମଧ୍ୟ ପାଇବେ । ଏହି ଫୋନ ଗୁଡ଼ିକରେ ଅନେକ ପ୍ରକାରର ରିହାତି, ଅଫର, EMI ବିକଳ୍ପ/ ଅଫର, ତୁରନ୍ତ ବ୍ୟାଙ୍କ ରିହାତି ଉପଲବ୍ଧ  ଅଛି । ଆପଣ Samsungର ୱେବସାଇଟରୁ ଯାଇ ଏହି ଅଫର ବିଷୟରେ ଜାଣିପାରିବେ ।

ଗାଲାକ୍ସି S25ରେ 6.2 ଇଞ୍ଚ ସ୍କ୍ରିନ୍, Snapdragon 8 Elite ଚିପସେଟ୍, 50MP+12MP+10MP ବ୍ୟାକ କ୍ୟାମେରା, 12MP ଫ୍ରଣ୍ଟ କ୍ୟାମେରା, 4000mAh ବ୍ୟାଟେରୀ, Android 15 OS ସପୋର୍ଟ ଏବଂ ଅନେକ AI ଫିଚର୍ ରହିଛି । ସେହିପରି ଗାଲାକ୍ସି S25 ପ୍ଲସରେ 6.7 ଇଞ୍ଚ ସ୍କ୍ରିନ୍, Snapdragon 8 Elite ଚିପସେଟ୍, 50MP+12MP+10MP ବ୍ୟାକ କ୍ୟାମେରା, 12MP ଫ୍ରଣ୍ଟ କ୍ୟାମେରା, 4900mAh ବ୍ୟାଟେରୀ, Android 15 OS ସପୋର୍ଟ ଏବଂ ଅନେକ ପ୍ରମୁଖ AI ଫିଚର୍ ମିଳିବ । ଗାଲାକ୍ସି S25 ଅଲଟ୍ରା ମଡେଲରେ 6.9 ଇଞ୍ଚ ସ୍କ୍ରିନ୍, Snapdragon 8 Elite ଚିପସେଟ୍, 200MP+50MP+50MP+10MP କ୍ୟାମେରା ସେଟଅପ୍, 12MP ଫ୍ରଣ୍ଟ କ୍ୟାମେରା, 5000mAh ବ୍ୟାଟେରୀ, Android 15 OS ସପୋର୍ଟ ଏବଂ ବିଭିନ୍ନ ପ୍ରକାର AI ଫିଚର୍ ଦେଖିବାକୁ ମିଳୁଛି ।

 

 

Comments are closed.