ମୁମ୍ବାଇ: ଅଭିନୟ ଛାଡି ଧର୍ମର ପଥ ଅନୁସରଣ କରିଥିବା ସନା ଖାନ ଦ୍ୱିତୀୟ ଥର ପାଇଁ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏବେ ଅଭିନେତ୍ରୀ ଦ୍ୱିତୀୟ ଥର ପାଇଁ ମାଆ ହୋଇଛନ୍ତି । ପୁଅକୁ କୋଳରେ ନେଇ ତାଙ୍କ ସ୍ୱାମୀ ଅନାସଙ୍କ ସହ ନମାଜ ପାଠ କରିଛନ୍ତି। ସନା ସୋସିଆଲ ମିଡିଆରେ ପୁଅର ଆଗମନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ସନା ତାଙ୍କ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ସୂଚନା ଦେଇଛନ୍ତି।
ସୋମବାର ଦିନ ସନା ଖାନ ତାଙ୍କ ଦ୍ୱିତୀୟ ପୁଅର ଜନ୍ମର ଖୁସି ଖବର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ସନା ଏବଂ ଅନାସ ସୟଦଙ୍କ ଦ୍ୱିତୀୟ ପୁଅ ୫ ଜାନୁୟାରୀ ୨୦୨୫ରେ ଜନ୍ମଗ୍ରହଣ କରିଥିଲେ। କହିବାକୁ ଗଲେ ଜୁଲାଇ ୨୦୨୩ରେ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନଙ୍କୁ ସ୍ୱାଗତ କରିଥିଲେ। ଏହା ବ୍ୟତୀତ ସନା ତାଙ୍କ ୟୁଟ୍ୟୁବ୍ ଭ୍ଲଗ୍ ରେ ଗର୍ଭଧାରଣ ବିଷୟରେ ମଧ୍ୟ କହିଥିଲେ।
ତାଙ୍କର ପୁଅ ଜନ୍ମକୁ ନେଇ ସମଗ୍ର ପରିବାରରେ ଖୁସିର ବାତାବରଣ ଖେଳି ଯାଇଛି। ପୂର୍ବତନ ଅଭିନେତ୍ରୀ ସନା ସୋସିଆଲ ମିଡିଆରେ ତାଙ୍କ ପୁଅର ଜନ୍ମ ଘୋଷଣା କରି ଏକ ହୃଦୟସ୍ପର୍ଶୀ ଭିଡିଓ ସେୟାର କରିଥିଲେ। ସୂଚନା ଥାଉକି ଜଣାଶୁଣା ସେଲିବ୍ରିଟି ଏବଂ ବିଗ୍ ବସ୍ -୬ ପ୍ରତିଯୋଗୀ ସନା ଖାନ୍ ନିଜ ଧର୍ମ ପାଇଁ ୨୦୨୦ରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସନ୍ୟାସ ନେଇଥିଲେ। ଏହା ପୂର୍ବରୁ ସେ ଅନେକ ଚଳଚ୍ଚିତ୍ର ଏବଂ ଶୋ’ରେ ଅଭିନୟ କରିଥିଲେ। ସନା ଖାନ ଏବଂ ମୁଫତି ଅନାସ ସୟଦ ୨୧ ନଭେମ୍ବର ୨୦୨୦ରେ ସୁରଟରେ ବିବାହ କରିଥିଲେ। ସନା ଖାନ୍ ବିଗ୍ ବସ୍ ୬ କୁ ଆସିଥିଲେ ଏବଂ ସୋ’ରେ ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ । ଏହା ବ୍ୟତୀତ ସେ ଅନେକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି।
Comments are closed.