Latest Odisha News

BREAKING NEWS

ଭଂଶାଲିଙ୍କ Love and War, ଆଲିଆ-ଭିକ୍କି-ରଣବୀରଙ୍କ ଫାଷ୍ଟ ଲୁକ୍

ମୁମ୍ବାଇ: ବଲିଉଡ ଆଣୁଛି ୨୦୨୭ର ବହୁ ପ୍ରତିକ୍ଷିତ ଫିଲ୍ମ ଲଭ୍ ଆଣ୍ଡ ୱାର୍ । ନିର୍ଦ୍ଦେଶକ ସଂଜୟ ଲୀଲା ଭଂଶାଲିଙ୍କ ଏହି ଐତିହାସିକ ଯୁଦ୍ଧ-ଭିତିକ ଚଳଚିତ୍ରଟିରେ ମୁଖ୍ୟଭୂମିକାରେ ଅଛନ୍ତି ଆଲିଆ ଭଟ୍ଟ, ରଣବୀର କପୁର ଓ ଭିକି କୌଶଲ । ବ୍ୟାକ୍ ଟୁ ବ୍ୟାକ୍ ୩ଷ୍ଟାରଙ୍କ ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି । ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ରେଟ୍ରୋ ଗ୍ଲାମରସ୍ ଲୁକ୍ସ ସାମ୍ନାକୁ ଆସିଛି । ଲୁକ୍ସରୁ ଆଲିଆ ଜଣେ କ୍ୟାବାରେଟ୍ ଡାନ୍ସର ଭୂମିକାରେ ନଜରି ଆସୁଥିବା ଜଣାପଡୁଛି । ଆଲିଆଙ୍କ ଦମଦାର୍ ସେଭେଂଟିିଜ୍ ଲୁକ୍ସର ପ୍ରଶଂସା ବି କରାଯାଉଛିା ଅଭିନେତ୍ରୀ ଜିନତ୍ ଅମନ ଆଲିଆ ଲୁକ୍ସର ତାରିଫ୍ କରିଛନ୍ତି । ସେ କହିଛନ୍ତି ପୁଣି ବଲିଉଡକୁ ଫେରିଛି ୭୦ ଦଶକ । ହେଲେ ସେତେବେଳେ ଏତେ ଚମତ୍କାର ଦେଖାଯାଉନଥିଲେ ଡାନ୍ସରର୍ସ । ଆଲିଆଙ୍କ ସୁନ୍ଦରତାର ତାରିଫ୍ କରି ଏପରି କହିଛନ୍ତି ଜିନତ୍ । ଭିକି କୌଶଲଙ୍କର ମଧ୍ୟ ଫାଷ୍ଟ ଲୁକ୍ସ ନଜର ଆସିଛି । ଯେଉଁଥିରେ ସେ ଲାଇଟରରେ ସିଗରେଟ୍ ଜଳାଉଥିବାର ନଜର ଆସିଛନ୍ତି । ଦିନକ ପୂର୍ବରୁ ରଣବୀରଙ୍କ ହ୍ୟାଣ୍ଡସମ୍ ରେଟ୍ରୋ ଲୁକ୍ସ ରିଭିଲ୍ ହୋଇଥିଲା ।

   

ଫିଲ୍ମଟି ଜାନୁଆରୀ ୨୧ରେ ହିନ୍ଦୀ, ତାମିଲ୍ ଓ ତେଲୁଗୁ ଭାଷାରେ ରିଲିଜ୍ ହେବାର ପ୍ଲାନ୍ ଅଛି । ବିବାହ ପରେ ଉଭୟପତି-ପତ୍ନୀ ରଣବୀର ଓ ଆଲିଆଙ୍କ ମିଳିତ ଭାବେ ଏହା ଦ୍ୱିତୀୟ ଫିଲ୍ମ । ପୂର୍ବରୁ ଆୟନ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ର ପାର୍ଟ-୧ରେ ଦୁହେଁ ଏକାଠି ନଜର ଆସିଥିଲେ । ଲଭ୍ ଆଣ୍ଡ ୱାର୍‌ରେ ପୁଣି ଦୁହେଁ ନଜର ଆସିବେ ବୋଲି ଆଲିଆ ତାଙ୍କ ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟ କରିବା ସହ ପୁନର୍ମିମିଳନ ବୋଲି ଲେଖିଛନ୍ତି । ଗଙ୍ଗୁବାଇ କାଠିଆୱାଡୀ ପରେ ସଂଜୟ ଲୀଲା ଭଂଶାଲିଙ୍କର ଏହି ଚଳଚିତ୍ରଟି ୨୦୨୭ର ଏକ ବହୁ ପ୍ରତିକ୍ଷୀତ ଫିଲ୍ମ । ଶୁକ୍ରବାର ଆଲିଆଙ୍କ ଫିଲ୍ମ ଡୋଂଟ୍ ବି ସାଏ ରିଲିଜ୍ ହୋଇଥିଲା ।

Leave A Reply

Your email address will not be published.