ଆଜି ବିଶ୍ୱ ଏଡ୍ସ ଦିବସ । ଡିସେମ୍ବର ୧ ତାରିଖକୁ ପ୍ରତିବର୍ଷ ଏଡସ୍ ଦିବସ ଭାବେ ପାଳିତ ହେଉଛି । ଏଡସ୍ ର ଭୟାବହତାରୁ ରକ୍ଷା କରିବା ଓ ସାବଧାନତା ଅବଲମ୍ବନ କରିବା ସହ ଲେକାଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି ।
ଏଡସ୍ ଦିବସ ଅବସରରେ ପୁରୀ ବେଳାଭୂମିରେ ତିଆରି ହୋଇଛି ବାଲୁକା କଳା । ଏହି ବାଲୁକା ଚିତ୍ର କଳା କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳାରେ ରେଡ ରିବନ୍ କୁ ସ୍ଥାନ ଦେଇଥିବା ବେଳେଏଡସ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି ।
Comments are closed.