ପୁରୀ : ଗୁରୁବାରଠାରୁ ଘରୁ ବାହାରିବା ମାତ୍ରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଲୋକଙ୍କୁ ଏଥି ପାଇଁ ସଚେତନ କରିବା ତଥା ନିଜେ ନିଜର ମାସ୍କ ତିଆରି କରିବା ପାଇଁ ଉତ୍ସାହିତ କରିବାକୁ ଆଗେଇ ଆସିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ଏଥି ପାଇଁ ପୁରୀ ବେଳାଭୂମିରେ ବାଲୁକା କଳାକୃତି ସମେତ ସ୍ୱତନ୍ତ୍ର ସ୍ୟାଣ୍ଡ୍ ଆନିମେସନ ଭିଡିଓ ଓ ନିଜେ କଟନ୍ ରୁମାଲରୁ ମାସ୍କ ତିଆରି କରି ପିନ୍ଧୁଥିବାର ଡେମୋ ଭିଡିଓ ପ୍ରସ୍ତୁତ କରିଛନ୍ତି ସେ ।
Wonderful! Your awesome artwork each time carries a great social message; you are truly gifted. ?? https://t.co/8XherD6HPR
— Arabinda K Padhee (@arvindpadhee) April 7, 2020
ସୋସିଆଲ ମିଡିଆରେ ଏହି ଫଟୋ ଓ ଭିଡିଓ ଏବେ ବେଶ୍ ପ୍ରଶଂସିତ ହେବା ସହିତ ଭାଇରାଲ୍ ହୋଇଛି ।
‘ଆସ ନିଜ ମାସ୍କ ନିଜେ କରିବା’ ଶୀର୍ଷକରେ ପ୍ରସ୍ତୁତ ଏହି ବାଲୁକା କଳା ଜରିଆରେ ସେ ସମସ୍ତଙ୍କୁ କୋଭିଡ୍୧୯ ରୁ ନିରାପଦ ରହିବା ପାଇଁ ମାସ୍କ ଇଣ୍ଡିଆ ଅଭିଯାନରେ ସାମିଲ୍ ହେବାକୁ ଆହ୍ୱାନ ଦେଇଛନ୍ତି ।
ସୋମବାର ଅପରାହ୍ନରେ ସୁଦର୍ଶନ ଘରେ ନିଜ ସମ୍ବଲପୁରୀ ରୁମାଲ୍ ବ୍ୟବହାର କରି କିଛି ସେକେଣ୍ଡ ଭିତରେ ନିଜପାଇଁ ଏକ ମାସ୍କ ବନେଇ ପିନ୍ଧିବାର ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରିଥିଲେ । ସୋସିଆଲ୍ ମିଡିଆରେ ଏହା ବେଶ୍ ପ୍ରଶଂସିତ ହେବା ସହିତ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା ।
Made my own mask at home. Let’s make our own mask . #MaskIndia #IndiaFightsCorona pic.twitter.com/bRbH60wuY6
— Sudarsan Pattnaik (@sudarsansand) April 6, 2020
Comments are closed.