ପୁରୀ : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଉତ୍କଳ ଦିବସ ପାଳନ ହେଉଛି । ଓଡ଼ିଶା ଗଠନର ବରପୁତ୍ରଙ୍କୁ ସମସ୍ତେ ମନେ ପକାଉଛନ୍ତି । ସେହିଭଳି ଉତ୍କଳ ଦିବସ ଉପଲକ୍ଷେ ବେଳାଭୂମିରେ ବାଲୁକା କଳାମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପୁରୀ ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ଏହି ବାଲୁକା କଳା ନିର୍ମାଣ ହୋଇଛି । ଚଳିତ ବର୍ଷର ଥିମ୍ ରହିଛି ବନ୍ଦେ ଉତ୍କଳ ଜନନୀ।
ବନ୍ଦେ ଉତ୍କଳ ଜନନୀ #ବନ୍ଦେଉତ୍କଳଜନନୀ my #SandArt at Puri #Beach #Odisha on the occasion of "#UtkalDivas ". #HappyUtkalDivas #UtkalDiwas #UtkalaDibasa pic.twitter.com/LPEHDrTtkv
— Manas sahoo (@SandArtistManas) March 31, 2022
ବାଲୁକା କଳାରେ ଓଡ଼ିଶାର ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶର କଳା , ସଂସ୍କୃତିରୁ ନେଇ ବୀରତ୍ୱର ଗାଥା ବଖାଣିଛନ୍ତି ବାଲୁକାଶିଳ୍ପୀ ମାନସ।
ଏହି ବାଲୁକା କଳା ରେ ଓଡିଶା ର ପ୍ରସିଦ୍ଧ କୋଣାର୍କ ମନ୍ଦିରକୁ ସ୍ଥାନ ଦେବା ସହ ଓଡିଶାର ପ୍ରସିଦ୍ଧ ଓଡିଶୀ ନୃତ୍ୟକୁ ଅତି ସୁନ୍ଦର ଭାବରେ ଦର୍ଶାଇଛନ୍ତି। ଏହି ବାଲୁକା କଳାଟି ୮ ଫୁଟ ଉଚ୍ଚତା ଏବଂ ୨୦ ଫୁଟ ଓସାର ବିଶିଷ୍ଟ । ଏଥିରେ ୨୦ ଟନ ବାଲି ଉପଯୋଗ କରାଯାଇଛି। ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୧୨ଘଣ୍ଟା ସମୟ ଲାଗିଥିଲା।
ଦୀର୍ଘ ସମୟର ପରିଶ୍ରମ ପରେ ପରେ ଏହି ବାଲୁକା କଳା ମାଧ୍ୟମରେ ସାରା ଓଡିଶାବାସୀ ଏବଂ ସମସ୍ତ ଓଡ଼ିଆ ମାନଙ୍କୁ ବନ୍ଦେ ଉତ୍କଳ ଜନନୀ ଏବଂ ଉତ୍କଳ ଦିବସର ଅଭିନନ୍ଦନ ଜଣାଇଛନ୍ତି ବାଲୁକାଶିଳ୍ପୀ ମାନସ। . . . .
Comments are closed.