Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବାଲୁକା କଳାରେ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା

ଦିନକୁ ଦିନ ଭୟାବହ ହେବାରେ ଲାଗିଛି ଋଷ-ୟୁକେନ୍ ଯୁଦ୍ଧ। ଋଷର ବର୍ବରତା ବଢିଚାଲିଥିବା ବେଳେ ପ୍ରତିଦିନ ଲୋମହର୍ଷଣକାରୀ ଘଟଣା ସାମନାକୁ ଆସିଛି । ଏନେଇ ସମଗ୍ର ବିଶ୍ୱରେ ଶାନ୍ତି ସ୍ଥାପନା କରିବାକୁ ସମସ୍ତଙ୍କ ଅନୁରୋଧ । ପୁରୀ ବେଳାଭୂମିରେ ତିଆରି ହୋଇଛି ଏକ ବାଲୁକା କଳା ଯେଉଁଥିରେ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରାଯାଇଛି ।

ଉଭୟ ଋଷ୍ ଓ ୟୁକ୍ରେନରୁ ଆସିଥିବା କିଛି ଇସ୍କନ ଅନୁଗାମୀ,ପୁରୀର ବିଶିଷ୍ଟ ବ୍ୟକ୍ତି,ଡାକ୍ତର,ସମାଜସେବୀ ଓ ଗଜପତିଙ୍କ ପୁରୋହିତ ଏକତ୍ର ହୋଇ ଅଭିନବ ଉପାୟରେ ବାଲୁକାକଳାରେ ଫୁଲ ଦେଇ ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

ଏଥିସହ ଅଗ୍ନି ପ୍ରଜ୍ଜଳିତ ତାଡ ଧରି ରୁଷିଆରୁ ଆସିଥିବା ଭକ୍ତ ବାଲୁକାକଳା ଚତୁଃପାର୍ଶ୍ବ ପ୍ରଦିକ୍ଷଣ କରିଥିଲେ।ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ବାଲୁକା କଳାରେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ବାର୍ତା ଦେଇଛନ୍ତି । କେବଳ ପ୍ରାର୍ଥନା ଓ ଭଗବତ କୃପା ଦ୍ବାରା ହିଁ ଶାନ୍ତି ପ୍ରତିଷ୍ଠା ବୋଲି ସମସ୍ତେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ବି ସାମିଲ ହୋଇଥିଲେ ।

Leave A Reply

Your email address will not be published.