Latest Odisha News

BREAKING NEWS

ଦେଶରେ ୯୫ ଲକ୍ଷ କରୋନା ସଂକ୍ରମିତ, ସୁସ୍ଥ ହେଲେଣି ୯୦ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ଟିଭ କେସ୍ । ଦୈନିକ ସଂକ୍ରମଣ କମ୍, ସୁସ୍ଥ ହେଉଛନ୍ତି ଅଧିକ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୬ହଜାର ୫୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୪୨ହଜାର ୯୧୬ ସଂକ୍ରମିତ । ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୯୫ଲକ୍ଷ ୭୧ହଜାର ୫୫୯କୁ ବୃଦ୍ଧି ପାଇଛି ।

ଦେଶରେ ଦିନକୁ ପୁଣି ପାଞ୍ଚ ଶହରୁ ଅଧିକ ସଂକ୍ରମିତ ପ୍ରାଣ ହରାଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୫୪୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୩୯ହଜାର ୧୮୮ ଛୁଇଁଛି । ମୃତ୍ୟୁହାର ରହିଛି ୧.୪୫% ।

ବଢୁଛି ସୁସ୍ଥହାର । କମୁଛି ଆକ୍ଟିଭ୍ କେସ୍ । ଏବେ ଦେଶରେ ୪ଲକ୍ଷ ୧୬ହଜାର ୮୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । କରୋନାରୁ ଆରୋଗ୍ୟ ଲାଭ କଲେଣି ୯୦ଲକ୍ଷ ୧୬ହଜାର ୨୮୯ ସଂକ୍ରମିତ । ଦେଶରେ ସୁସ୍ଥହାର ରହିଛି ୯୪.୨୦% ।

Leave A Reply

Your email address will not be published.