ଭୁବନେଶ୍ୱର: ହିନ୍ଦୁ ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଏହିସବୁ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । କୁହାଯାଏ ନମାନି ଏହିସବୁ କାମ କଲେ ସୁଖ,ଶାନ୍ତି, ସମୃଦ୍ଧି ଆଦି ଭଙ୍ଗ ହୋଇଥାଏ । ତେବେ ଜାଣନ୍ତୁ କେଉଁସବୁ କାର୍ଯ୍ୟ ସନ୍ଧ୍ୟା ସମୟରେ କରିବାକୁ ବର୍ଜନ କରାଯାଇଛି…
ସନ୍ଧ୍ୟା ବେଳେ ଶୁଅନ୍ତୁ ନାହିଁ:
ଅନେକ ଲୋକ ଅଫିସ୍ରୁ ଫେରିବା ପରେ ଅବା ଦିନ ବେଳେ ଅତ୍ୟଧିକ କାର୍ଯ୍ୟ କରି ଥକି ଯାଇଥିଲେ ସନ୍ଧ୍ୟା ବେଳେ ଶୋଇପଡ଼ନ୍ତି। ସେମିତି ଆଉ କିଛି ଲୋକଙ୍କର ସନ୍ଧ୍ୟା ବେଳେ ଶୋଇବା ଏକ ଅଭ୍ୟାସ। କିନ୍ତୁ ଶାସ୍ତ୍ରରେ ସନ୍ଧ୍ୟାରେ ଶୋଇବାକୁ ବାରଣ କରାଯାଇଛି।
ସନ୍ଧ୍ୟା ବେଳେ ଭଗବାନଙ୍କ ଆରତି ହୁଏ। ମନ୍ଦିର ସହିତ ଘରମାନଙ୍କରେ ଥିବା ଦେବାଦେବୀଙ୍କ ନିକଟରେ ଆରତି କରାଯାଏ। ଏହି ସମୟରେ ଶୋଇଲେ ଘର ଉପରେ ଭଗବାନଙ୍କ କୃପାଦୃଷ୍ଟି ପଡ଼େ ନାହିଁ ବୋଲି କୁହାଯାଏ। ସେହିପରି ସନ୍ଧ୍ୟାରେ ଶୋଇଲେ ଶରୀର ରୋଗାଗ୍ରସ୍ତ ହୋଇଯାଏ।
ସନ୍ଧ୍ୟା ବେଳେ ଝାଡ଼ୁ କରନ୍ତୁ ନାହିଁ:
ଶାସ୍ତ୍ରରେ ସନ୍ଧ୍ୟା ବେଳେ ଘର ଝାଡ଼ୁ କରିବାକୁ ବାରଣ କରାଯାଇଛି। ସନ୍ଧ୍ୟା ବେଳେ ଝାଡ଼ୁ ମାରିଲେ ମା’ ଲଷ୍ମୀଙ୍କ ଅପମାନ ହୁଏ ବୋଲି କୁହାଯାଏ। ସେଥିପାଇଁ ଘରେ ଅର୍ଥ ସମସ୍ୟା ଉପୁଜି ଥାଏ ବୋଲି କୁହାଯାଏ।
ସନ୍ଧ୍ୟା ବେଳେ ଖାଆନ୍ତୁ ନାହିଁ:
ଶାସ୍ତ୍ରରେ ସନ୍ଧ୍ୟା ବେଳେ ଖାଇବାକୁ ବାରଣ କରାଯାଇଛି। ଆପଣ ସନ୍ଧ୍ୟା ପୂର୍ବରୁ ଖାଆନ୍ତୁ ନ ହେଲେ ସନ୍ଧ୍ୟା ପରେ। ଏହି ସମୟରେ ଭୋଜନ କରିବା ଦ୍ୱାରା ଶରୀର ଅସୁସ୍ଥ ହୁଏ।
Comments are closed.