ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ପୁଣିଥରେ ରାଜନୀତିକୁ କମବ୍ୟାକ୍ କରିପାରନ୍ତି । ଦଳ ସଂସ୍ଥାପକ ଓ କ୍ୟାବିନେଟ୍ ମନ୍ତ୍ରୀ ମହାଦେବ ଜାନକରଙ୍କ ଅନୁସାରେ ସଞ୍ଜୟ ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଦଳ ରାଷ୍ଟ୍ରୀୟ ସମାଜ ପାର୍ଟି (ଆରଏସପି)ରେ ସାମିଲ ହେବେ ।
ମନ୍ତ୍ରୀ ଜାନକରଙ୍କ ନିକଟରେ ଏବେ ମହାରାଷ୍ଟ୍ର ସରକାରର ପଶୁପାଳନ ଓ ଡେରୀ ବିକାଶ ବିଭାଗ ରହିଛି ।
ଗତ ୨୦୧୪ ମସିହାରୁ ଆରଏସପି ବିଜେପି ଅଧିକୃତ ଏନଡିଏ ସରକାରର ସହଯୋଗୀ ଦଳ ଭାବେ ରହିଛି ।
ଅଭିନେତା ସଞ୍ଜୟ ଦତ୍ତ ୨୦୦୯ ମସିହାରେ ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ । ପରେ ତାଙ୍କୁ ପାର୍ଟିର ମହାସଚିବ ଭାବେ ନିଯୁକ୍ତ ପ୍ରଦାନ କରାଯାଇଥିବା ବେଳେ ସେ ଇସ୍ତଫା ପ୍ରଦାନ କରିଥିଲେ ।
Comments are closed.