Latest Odisha News

BREAKING NEWS

ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ସହ ସ୍କ୍ରିନ୍‌ ସେୟାର୍‌ କରିବେ ସଞ୍ଜୟ ଦତ୍ତ

ମୁମ୍ବାଇ: ଏକାଠି ନଜର ଆସିବେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ ଓ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ। ମହେଶ ବାବୁ ଏବେ ନିର୍ଦ୍ଦେଶକ ପର୍ଶୁରାମଙ୍କ ଫିଲ୍ମ ‘ସର୍କାରୁ ଭାରୀ ପତା’ ସୁଟିଂରେ ବ୍ୟସ୍ତ ଅଛନ୍ତି। ମହେଶ ବାବୁଙ୍କ ଅଭିନୀତ ଆଗାମୀ ଫିଲ୍ମରେ ଅଭିନେତା ସଞ୍ଜୟ ଦତ୍ତ ଏକାଠି ନଜର ଆସିବେ ବୋଲି ସୂଚନା ମିଳିଛି। ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରଟି ତ୍ରିବିକ୍ରମ ଶ୍ରୀନିବାସଙ୍କ ଦ୍ୱାରା ନିର୍ଦ୍ଦେଶିତ ।

ଏହି ଫିଲ୍ମ ପାଇଁ ନିର୍ମାତାମାନେ ଅଭିନେତ୍ରୀଙ୍କ ସବିଶେଷ ତଥ୍ୟ ପ୍ରକାଶ କରିସାରିଛନ୍ତି। ଏହି ଫିଲ୍ମରେ ମହେଶଙ୍କ ବିପକ୍ଷରେ ନାୟିକା ସାଜିବେ ପୂଜା ହେଗଡେ।

ସଦ୍ୟତମ ରିପୋର୍ଟ ଅନୁଯାୟୀ, ମହେଶଙ୍କ ଆଗାମୀ ଫିଲ୍ମରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ମହେଶଙ୍କ ବିପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ମହେଶଙ୍କ ଏହି ନୂଆ ଚଳଚ୍ଚିତ୍ର ଏକ ରିଭେଞ୍ଜ ଡ୍ରାମା ବୋଲି କୁହାଯାଉଛି ଯେଉଁଠାରେ ସଞ୍ଜୟ ଦତ୍ତ ଜଣେ ଶକ୍ତିଶାଳୀ ରାଜନେତା ଭୂମିକାରେ ନଜର ଆସିବେ।

Comments are closed.