Latest Odisha News

BREAKING NEWS

ଆସନ୍ତୁ ଜାଣିବା କଣ ପାଇଁ ସଞ୍ଜୟ ହୋଇ ପାରିଲେନି କଟପ୍ପା

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ବାହୂବଳୀରେ କଟପ୍ପା ଅଭିନୟ କରି ଲୋକପ୍ରିୟ ହୋଇଥିବା ସତ୍ୟରାଜ କିନ୍ତୁ ମେକର୍ସଙ୍କ ପ୍ରଥମ ପସନ୍ଦ ନ ଥିଲେ । ସଞ୍ଜୟ ଦତଙ୍କୁ ସେମାନେ ଏଥିପାଇଁ ସାଇନ କରିବାକୁ ଚାହୁଁଥିଲେ । ଏହାର ଖୁଲାସା ରାଜମୌଲୀଙ୍କ ପିତା ବିଜୟେନ୍ଦ୍ର ପ୍ରସାଦ କରିଛନ୍ତି । ତେବେ ସଞ୍ଜୟଙ୍କୁ ସାଇନ କରିବା ପାଇଁ ଚୂଡାନ୍ତ ହୋଇଥିବା ବେଳେ ସେ ଜେଲ ଯାଇଥିଲେ । ଫଳରେ ଏହି କଥା ଆଉ ଆଗକୁ ବଢ଼ିପାରି ନ ଥିଲା । ପ୍ରଭାସ ବାହୁବଳୀ ଓ ସତ୍ୟରାଜ କଟପ୍ପା ରୋଲ କରି ବେଶ ଲୋକପ୍ରିୟ ହୋଇଥିଲେ । ତମନ୍ନା ଭାଟିୟା, ରାମ୍ୟା କୃଷ୍ଣନ, ରାଣା ଦଗୁବାଜୀ ଓ ଅନୁଷ୍କ ଶେଟ୍ଟୀ ପ୍ରମୁଖ ବଳିଷ୍ଠ ଅଭିନୟ କରିଥିଲେ ।

ବାହୂବଳୀର କାହାଣୀ ବିଜୟେନ୍ଦ୍ର ପ୍ରସାଦ ଲେଖିଥିଲେ । ସେ ଏଥିରେ ମହିଳାଙ୍କ ଚରିତ୍ର ପୁରୁଷ ସମକକ୍ଷ କରାଇଥିଲେ । ଫିଲ୍ମରେ କଟପ୍ପାଙ୍କ ଏଂଟ୍ରି ପାଇଁ ୨ଟି ସିନ ଲେଖିଥିଲେ । ସବୁଠାରୁ ବଡ କଥା ବାହୂବଳୀ ଲେଖିବା ବେଳେ କଟପ୍ପା ଚରିତ୍ର ପ୍ରଥମେ ଗୁରୁତ୍ୱ ଦେଇଥିଲେ । ବାହୂବଳୀ ସୁପରହିଟ ହେବା ପରେ ଏହାର ପରବର୍ତୀ ପାର୍ଟ ମଧ୍ୟ ବକ୍ସ ଅଫିସରେ କମାଲ କରିଥିଲା ।

Leave A Reply

Your email address will not be published.