ହାଇଦ୍ରାବାଦ: ସରିଲା ବହୁଚର୍ଚ୍ଚିତ ତଥା ଅପେକ୍ଷିତ ଫିଲ୍ମ ‘କେଜିଏଫ୍-୨’ର ସୁଟିଂ । ଘରକୁ ବାହୁଡିଲେ ଦୁଇ ସୁପରଷ୍ଟାର ସଂଜୟ ଦତ୍ତ ଓ ୟଶ । ନିର୍ଦ୍ଧାରିତ ସମୟ ଅନୁଯାୟୀ ଫିଲ୍ମର କ୍ଲାଇମ୍ୟାକ୍ସର ସୁଟିଂ ସରିଥିଲାବେଳେ ସଂଜୟ ଦତ୍ତ ବି ନିଜ ଭାଗର ସୁଟିଂ ସାରିଛନ୍ତି ।
ସୁଟିଂ ସାରି ଫେରିବାବେଳେ ଦୁଇ ସୁପରଷ୍ଟାରଙ୍କୁ ହାଇଦ୍ରାବାଦ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଫିଲ୍ମ କେଜିଏଫ-୨ରେ ସଂଜୟ ମୁଖ୍ୟ ଖଳନାୟକ ଅଧିରା ଭାବେ ଦର୍ଶକଙ୍କୁ ଦେଖାଦେବେ । ତାଜା ସ୍ଥିତିରେ ସଂଜୟ ମୁମ୍ବାଇ ଫେରିଥିଲାବେଳେ ନିଜ ପରିବାର ସହ ହସ୍ପିଟାଲ ଯାଇଥିବା ଜଣାପଡିଛି ।
ଅନ୍ୟପଟେ ୟଶ ବି ସୁଟିଂ ସାରି ନିଜ ପରିବାରକୁ ଭେଟିବା ଲାଗି ବେଙ୍ଗାଳୁରୁ ଫେରିଛନ୍ତି । ଫିଲ୍ମ କେଜିଏଫର ପ୍ରଥମ ପାର୍ଟ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । ଆଶା କରାଯାଉଛି ପ୍ରଶାନ୍ତ ନିଲଙ୍କ ନିର୍ଦ୍ଦେଶନାରେ ସିକ୍ୱେଲ ପାର୍ଟଟି ମଧ୍ୟ ଦର୍ଶକଙ୍କୁ ପ୍ରଭାବିତ କରିବ । ଆସନ୍ତା ବର୍ଷ ଫିଲ୍ମଟି ରିଲିଜ ହେବାକୁ ଥିବାବେଳେ ଏ ଯାଏଁ ରିଲିଜ ଡେଟ୍ ସାମ୍ନାକୁ ଆସିନି ।
Comments are closed.