Latest Odisha News

କାବୁଲରେ ବଡ଼ ଧରଣର ବୋମା ବିସ୍ଫୋରଣ; ୯ମୃତ ୨୦ରୁ ଅଧିକ ଆହତ

କାବୁଲ: ଆଫଗାନିସ୍ତାନର କାବୁଲରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ରବିବାର ଦିନ PD5 ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ଏହା ଏକ ଦୁର୍ଘଟଣା କିମ୍ବା ବୋମା ବିସ୍ଫୋରଣ ବୋଲି ଅନୁସନ୍ଧାନ କରାଯାଉଛି। ରିପୋର୍ଟ ଅନୁଯାୟୀ, କାବୁଲର ସାଂସଦ ହାଜି ଖାନ ମହମ୍ମଦ ୱାର୍ଡକଙ୍କ ଗାଡିକୁ ଟାର୍ଗେଟ କରାଯାଇଥିଲା। ତେବେ ହାଜି ଖାନ ଏହି ଆକ୍ରମଣରୁ ବଞ୍ଚି ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ତାନ ସୁରକ୍ଷା ବାହିନୀ ବିସ୍ଫୋରଣ ଘଟିଥିବା ସ୍ଥାନକୁ ନିଜ ଅଧୀନକୁ ନେଇଛନ୍ତି।

ଏହାପୂର୍ବରୁ ମଙ୍ଗଳବାର ଦିନ ଆଫଗାନିସ୍ତାନର ମାଓବାଦୀମାନେ ଏକ କାର ଉପରେ ବୋମା ପକାଇ କାବୁଲର ଡେପୁଟି ଗଭର୍ଣ୍ଣର ମହବୁବୁଲ୍ଲା ମୋହେବି ଏବଂ ତାଙ୍କ ସହାୟକଙ୍କୁ ହତ୍ୟା କରିଥିଲେ। ଅନ୍ୟପକ୍ଷରେ ପୂର୍ବ ଆଫଗାନିସ୍ତାନର ତାଲିବାନ ନିୟନ୍ତ୍ରିତ ଅଞ୍ଚଳରେ ରିକ୍ସାରେ ବୋମା ବିସ୍ଫୋରଣ ହେବା ଫଳରେ ଅତି କମରେ ୧୫ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିଲେ।

Leave A Reply

Your email address will not be published.