Latest Odisha News

ସେପ୍ଟେମ୍ବର ୫ତାରିଖ ପର୍ଯ୍ୟନ୍ତ ହାଜତରେ ରହିବେ ସଞ୍ଜୟ ରାଉତ

ମୁମ୍ୱଇ: ପାତ୍ରା ଚୈଲ ଜମି ଦୁର୍ନୀତି ଅଭିଯୋଗ ମାମଲାରେ ଗିରଫ ହୋଇଥିବା ଶିବ ସେନାର ସାଂସଦ ସଞ୍ଜୟ ରାଉତଙ୍କୁ ବିଚାର ବିଭାଗୀୟ ମିଆଦ ଅବଧିକୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଛି। ଅଗଷ୍ଟ ମାସ ଆରମ୍ଭରେ ଇଡି ସଞ୍ଜୟଙ୍କୁ ଗିରଫ କରିଥିଲା । ପ୍ରଥମେ ପ୍ରବର୍ତ୍ତନ ନିର୍ଦେଶାଳୟର ହାଜତରେ ରହିବା ପରେ ଅଗଷ୍ଟ ୮ ତାରିଖରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

ତାଙ୍କର ବିଚାର ବିଭାଗୀୟ ହାଜତ ରହଣି ଆଜି ଶେଷ ହେଉଥିଲା। ତେଣୁ, ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌ (ପିଏମ୍‌ଏଲ୍‌ଏ) ସହ ସମ୍ପୃକ୍ତ ଥିବା ଏହି ମାମଲାର ଶୁଣାଣି କରି ସ୍ବତନ୍ତ୍ର ଅଦାଲତର ବିଚାରପତି ଏମ୍‌. ଜି. ଦେଶପାଣ୍ଡେ ରାଉତଙ୍କ ବିଚାର ବିଭାଗୀୟ ରହଣି ମିଆଦ ଅବଧି ସମୟ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତଦନ୍ତ  ବର୍ତ୍ତମାନ ସୁଦ୍ଧା ଚାଲିଛି । ଇଡି ତାଙ୍କୁ ନିରନ୍ତନ ପଚରାଉଚରା କରୁଛି  । ଏହି ପଚରାଉଚରା ରେ ସଞ୍ଜୟ ଅନେକ ପ୍ରଶ୍ନତ ଉତ୍ତର ସଠିକ ଭାବେ ଦେଇନଥିଲେ  । ଇଡି ସୂତ୍ର ଅନୁସାରେ ପ୍ରବୀଣ ରାଉତ ସଞ୍ଜୟଙ୍କ କଳା ଧନକୁ ଧଳା କରିବା ପାଇଁ ଫ୍ରଣ୍ଟମ୍ୟାନ ଭାବେ କାର୍ଯ୍ୟ କରୁଥିଲେ  । ଏହା ଉପରେ କୌଣସି ସମ୍ପୂର୍ଣ ତଥ୍ୟ ସାମ୍ନାକୁ ଆସିନାହିଁ ।ପ୍ରବର୍ତ୍ତନ ନିର୍ଦେଶାଳୟ ଅଦାଲତଙ୍କୁ ଏହି ସୂଚନା ଦେଇଥିଲେ ଯାହା ଫଳରେ ଅଦାଲତ ବିଚାର ବିଭାଗୀୟ ରହଣି ସମୟକୁ ବୃଦ୍ଧି କରିଛନ୍ତି  ।

ସୂଚନାମୂତାବକ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅର୍ଥର୍‌ ରୋଡ୍‌ ଜେଲ୍‌ରେ ଅବସ୍ଥାପନ କରାଯାଇଛି। ସଞ୍ଜୟଙ୍କ ଶାରିରୀକ ଅସୁସ୍ଥତା କାରଣରୁ ଜେଲ ମଧ୍ୟରେ  ତାଙ୍କୁ ତାଙ୍କ ଘରେ ରନ୍ଧାଯାଇଥିବା ଖାଦ୍ୟ ଖାଇବାକୁ ଅନୁମତି ମିଳିଛି। ରାଉତଙ୍କୁ ଗିରଫ କରାଯିବା ପରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଉକ୍ତ ମାମଲା ବିଷୟରେ ପଚରାଉଚରା କରାଯାଉଛି ।

Leave A Reply

Your email address will not be published.