Latest Odisha News

କଳାବଜାରି କରି ଦରଦାମ ବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ଉପରେ ଗୁଇନ୍ଦା ନଜର

ଭୁବନେଶ୍ୱର : ରାଜ୍ୟ ବାସିଙ୍କ ପାଇଁ ବୋଝ ଉପରେ ନଳିତା ବିଡା  । ବର୍ଷା ଓ ବନ୍ୟାର ଦୁଃଖ ସହ ଦରଦାମ ବୃଦ୍ଧି ରାଜ୍ୟବାସିଙ୍କ  ମୁଣ୍ଡବ୍ୟଥାର କାରଣ ପାଲିଟିଛି  । ଚାଷୀ କ୍ଷତିଗ୍ରସ୍ତ ହେବା ସହ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ତାସହ  ଦରଦାମ ବୃଦ୍ଧି ଖାଉଟି  ମାନଙ୍କ ଉପରେ ବୋଝ ଲଦି ହୋଇଯାଇଛି  । ଏହି ବିପଦ ସମୟରେ ବ୍ୟବସାୟୀ ମାନେ କଳାବଜାରି କରି ଦରଦାମ ବୃଦ୍ଧି କରୁଛନ୍ତି  ।

ଜାଣିଶୁଣି ଦରଦାମ ବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ କରାଯିବା ନେଇ କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ  ଅତନୁ ସବ୍ୟସାଚୀ ନାଏକ । ମନ୍ତ୍ରୀ କହିଛନ୍ତି, “ଦରଦାମ ବୃଦ୍ଧି ଏକ ଜାତୀୟ ସମସ୍ୟା ଭଳି ଉଭା ହୋଇଛି, କିନ୍ତୁ ବନ୍ୟାକୁ ଦେଖି ଯେଉଁମାନେ ଦରଦାମ ବୃଦ୍ଧି କରୁଛନ୍ତି ସେମାନଙ୍କ ଉପରେ ଦୃଷ୍ଟି ଦେବାକୁ ବିଭାଗର ଇଣ୍ଟେଲିଜେନ୍ସ ଉଇଙ୍ଗ୍ସ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ କଳାବଜାରୀ ରହିଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ହୋଇଛି  ।

Leave A Reply

Your email address will not be published.