Latest Odisha News

BREAKING NEWS

ଆର୍ୟନ ଖାନ ଡ୍ରଗ୍ସ ମାମଲା : ଓଡିଶା କ୍ୟାଡର ଆଇପିଏସ ସଂଜୟ ସିଂହଙ୍କୁ ତଦନ୍ତ ଭାର

ଦିଲ୍ଲୀ : ହାଇପ୍ରୋଫାଇଲ ଆର୍ୟନ ଖାନ ଡ୍ରଗ୍ସ ମାମଲା । ଓଡିଶା କ୍ୟାଡର ଆଇପିଏସ ସଂଜୟ ସିଂହଙ୍କୁ ତଦନ୍ତ ଭାର ଦିଆଯାଇଥିବା ବେଳେ ଅନ୍ୟ ୫ଟି ମାମଲାକୁ ମଧ୍ୟ ଏନସିବିର ଦିଲ୍ଲୀ ଜୋନକୁ ହସ୍ତାନ୍ତର କରାଯାଇଛି । ଦିଲ୍ଲୀ ଏନସିବି ପକ୍ଷରୁ ଗଠିତ ଏସଆଇଟିର ନେତୃତ୍ୱ ନେଉଛନ୍ତି ସଂଜୟ ସିଂହ । ଏଥିପାଇଁ ସେ ଆଜି ଦିଲ୍ଲୀରୁ ମୁମ୍ବାଇ ଗସ୍ତ କରିଛନ୍ତି ।

BjdElectrycity

ସଂଜୟ ସିଂହ ୧୯୯୬ ବ୍ୟାଚ୍ ଓଡିଶା କ୍ୟାଡର ଆଇପିଏସ ଅଫିସର । କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ସେ ସମ୍ଭାଳିଛନ୍ତି । ଓଡିଶା ପୋଲିସରେ ଅତିରିକ୍ତ କମିଶନର ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ଆଇଜି ପଦକୁ ଉନ୍ନିତ ହୋଇଥିଲେ । ସେହିପରି ସିବିଆଇରେ ମଧ୍ୟ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି ।

ଏହାପରେ ଏନସିବିରେ ଆଇଜି ଅପରେସନ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ଡ୍ରଗ୍ସ ମାମଲାର ସେ ତଦନ୍ତ କରିଛନ୍ତି । ସେଥିପାଇଁ ତାଙ୍କୁ ଡ୍ରଗ୍ସ ବିରୋଧୀ ଟାସ୍କଫୋର୍ସର ନେତୃତ୍ୱ ଦିଆଯାଇଛି । ତେଣୁ ତାଙ୍କୁ ଏବେ ଆର୍ୟନ ଖାନ ଓ ନବାବ ମଲିକଙ୍କ ଜ୍ୱାଇଁଙ୍କ ଡ୍ରଗ୍ସ ମାମଲାର ତଦନ୍ତ ଭାର ଦିଆଯାଇଛି ।

Leave A Reply

Your email address will not be published.