Latest Odisha News

BREAKING NEWS

ଦିଲ୍ଲୀ ଦଙ୍ଗଲ : ଉପରାଜ୍ୟପାଳଙ୍କ ମାନହାନୀ ନୋଟିସକୁ ଚିରିଦେଲେ ଆପ ନେତା ସଞ୍ଜୟ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ଏମପି ସଞ୍ଜୟ ସିଂ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା ପଠାଇଥିବ ମାନହାନୀ ନୋଟିସକୁ ସର୍ବ ସମ୍ମୁଖରେ ଚିରି ଦେଇଛନ୍ତି । ଏଥିସହ ଉପରାଜ୍ୟପାଳ କୋଟି କୋଟି ଟଙ୍କାର ଦୁର୍ନୀତି କରିଛନ୍ତି ବୋଲି କହିଛନ୍ତି । ନୋଟିସ ଚିରିବା ପରେ ସଞ୍ଜୟ କହିଥିଲେ, ମୁଁ ଅଟକି ଯିବି ନାହିଁ କି ଡରିବିନି । ଭାରତର ସମ୍ବିଧାନ ମୋତେ ସତ କହିବାର ଅଧିକାର ଦେଇଛି । ମୁଁ ଏ ଭଳି ନୋଟିସ ୧୦ ଥର ଚିରି ଫୋପାଡିଛି । ଏହା ମୋ ପାଇଁ ବଡ କଥା ନୁହେଁ ।

ଏ ନେଇ ଉପରାଜ୍ୟପାଳଙ୍କ ପକ୍ଷରୁ କୌଣସି ବୟାନ ଆସି ନାହିଁ । ମଦ ନୀତି ନେଇ ଆପ ଏବଂ ବିଜେପି ମୁହାଁମୁହିଁ ହୋଇଛନ୍ତି । ସଞ୍ଜୟଙ୍କ ଆଜିର ବ୍ୟବହାର ଏହି କନ୍ଦଳକୁ ଆହୁରି ବଢ଼ାଇବା ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ଏକ ଷ୍ଟିଙ୍ଗ ଅପେରଶନରେ କମିଶନ ନେବା ନେଇ ଆଲୋଚନା ଭିଡିଓକୁ ବିଜେପି କଟାକ୍ଷ କରିଛି । ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ ଷ୍ଟିଙ୍ଗ ମାଷ୍ଟରଙ୍କ ଷ୍ଟିଙ୍ଗ ହୋଇଯାଇଛି ।

Leave A Reply

Your email address will not be published.