Latest Odisha News

BREAKING NEWS

ଏଫ୍ ଏମ୍ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ

ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ୪ ବର୍ଷ ପାଇଁ ସେ କୁଳପତି ଭାବେ କାମ କରିବେ । ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ୱବିଦ୍ୟାଳୟର ପିଏମ୍‌ଆଇଆର୍ ବିଭାଗରେ ପ୍ରାୟ ୩୦ ବର୍ଷ ହେଲା ଅଧ୍ୟାପନା କରିଛନ୍ତି । ଗତ ମାସରେ ସେ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥିଲେ ।

ସେ ଏଯାବତ ୧୦ଟି ପୁସ୍ତକ କରିଥିବା ବେଳେ ୧୭ ଜଣ ପିଏଚଡି ଡିଗ୍ରୀଧାରୀଙ୍କ ଗାଇଡ ରହିଛନ୍ତି । ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ । ଶିକ୍ଷାଦାନ ସହ ଉତ୍କଳ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ସେ ଅନେକ କାମ କରିଛନ୍ତି ।

ଜଗତସିଂହପୁର ଜିଲ୍ଲା କାଦୁଆପଡାରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ତ୍ରିପାଠୀ ସ୍ୱାମୀ ବିବେକାନନ୍ଦ ମେମୋରିଆଲ କଲେଜରୁ ସ୍ନାତକ ପାସ୍ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତ୍ତୋକତରରେ ଗୋଲ୍ଡ ମେଡାଲ ହାସଲ କରିଥିଲେ । ୧୯୮୫ ମସିହାରେ ସେ ଏନଆଇପିଏମ୍ ଆୱାର୍ଡ ଓ ୟୁଜିସି ରିସର୍ଚ୍ଚ ଆୱାର୍ଡ ହାସଲ କରିଥିଲେ ।

Leave A Reply

Your email address will not be published.