Latest Odisha News

BREAKING NEWS

କୋଭିଡ ପରିଚାଳନା ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ସନ୍ତୋଷ ସିଂହ ସାଲୁଜା

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ କୋଭିଡ୍ ପରିଚାଳନା ପ୍ରସଙ୍ଗରେ ସରକାରଙ୍କ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଅଭିଯୋଗ କରିଛନ୍ତି, ସରକାର କରୋନା ପ୍ରସଙ୍ଗରେ ତଥ୍ୟ ଲୁଚାଉଛନ୍ତି ।

ସନ୍ତୋଷ ସିଂହ ସାଲୁଜା ଆହୁରି କହିଛନ୍ତି, କରୋନା ମୃତ୍ୟୁ ନେଇ ସରକାର ସଠିତ ତଥ୍ୟ ଦେଉ ନାହାନ୍ତି । ତଥ୍ୟ ସଂଗ୍ରହ ନାଁରେ ଚୁପ୍ ରହୁଛନ୍ତି ସରକାର । ଅଭିଯୋଗ ଆଣିଛନ୍ତି, ଦିନକୁ ୧୦ ହଜାର ଲୋକ ସଂକ୍ରମିତ ହେଉଥିବା ବେଳେ ସରକାର କହୁଛନ୍ତି ୩ ହଜାରରୁ ୪ ହଜାର ନୂଆ ପଜିଟିଭ୍ ବାହରୁଛି ।
ବିଧାନସଭାରେ ମୋଟ ୧୦୩୭ କୋଭିଡ୍ ଟେଷ୍ଟ ହୋଇଥିଲା । ସେଥିରୁ ୧୮୪ ରିପୋର୍ଟ ଆସିଥିଲା ପଜିଟିଭ୍ । ଯାହାକି ହାରାହାରି ୧୮ ପ୍ରତିଶତ । ଏହି ତଥ୍ୟକୁ ଦେଖିଲେ ରାଜ୍ୟରେ ୭୨ ଲକ୍ଷ ଲୋକ ପଜିଟିଭ ବାହାରିବେ ।

ସରକାର କୋଭିଡ୍ ତଥ୍ୟ ଲୁଚାଉଛନ୍ତି । ସାଲୁଜା ପ୍ରଶ୍ନ କରିଛନ୍ତି, କେତେ ଟିଏମସି ହେଲା ଓ କେତେ ଖର୍ଚ୍ଚ ହୋଇଛି ? ଟିଏମସିରେ କେତେ ଟେଷ୍ଟ ହେଲା ସେ ତଥ୍ୟ ସରକାର ଦେଉ ନାହାନ୍ତି ବୋଲି ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ସନ୍ତୋଷ ସିଂହ ସାଲୁଜା ।

Leave A Reply

Your email address will not be published.