Latest Odisha News

BREAKING NEWS

ଏଟିଏମ୍‌ କାର୍ଡ ବଦଳାଇ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଉଠାଇ ନେଲେ ଦୁର୍ବୃତ୍ତ

ଗଞ୍ଜାମ: ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ ୫ ଲକ୍ଷ ୨୭ ହଜାର ଟଙ୍କା ଉଠାଇ ନେଲେ ଦୁର୍ବୁତ୍ତ । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମରୁ । ଅଭିଯୋଗକାରୀ ଦିଲୀପ ପ୍ରଧାନଙ୍କ ଷ୍ଟେଟବ୍ୟାଙ୍କ ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ କେହି ଦୁର୍ବୃତ୍ତ ତାଙ୍କ ବ୍ୟାଙ୍କ ଜମାଖାତାରୁ ଏହି ପରିମାଣର ଟଙ୍କା ଉଠାଇନେଇଥିବା ସେ କହିଛନ୍ତି ।

ଏନେଇ ଦିଲୀପ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ପ୍ରଶାନ୍ତ ପାତ୍ର ଥାନାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ।

ସୂଚନାଯୋଗ୍ୟ, ଦିଲୀପ ଜରଡା ଥାନା ଖଇର ଗ୍ରାମର ହୋଇଥିବାବେଳେ ସେ ପେଶାରେ ଜଣ ଶିକ୍ଷକ । ଜାନୁଆରୀ ୧୩ ତାରିଖରେ ସେ ତାଙ୍କର ଜଣେ ଛାତ୍ରଙ୍କୁ ଏଟିଏମ୍‌ କାର୍ଡ ଦେଇ ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ଶାଖା ଏଟିଏମ୍‌ ୨୪ ହଜାର ଟଙ୍କା ଉଠାଇ ଆଣିବାକୁ କହିଥିଲେ । ସେ ଟଙ୍କା ଉଠାଣ କରି ଏଟିଏମ୍‌ କାର୍ଡ ସହ ଟଙ୍କା ପ୍ରଦାନ କରିଥିଲେ । ପୁଣି ୧୯ ତାରିଖରେ ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ଉକ୍ତ ଛାତ୍ରଙ୍କୁ ଏଟିଏମ୍‌ କାର୍ଡ ଦେଇ ନୂଆପଡ଼ା ଗ୍ରାମସ୍ଥିତ ଆଇଓବି ଶାଖା ଏଟିଏମ୍‌ କାଉଣ୍ଟରକୁ ପଠାଇଥିଲେ । କିନ୍ତୁ ସେଠାରେ ତାଙ୍କ କାର୍ଡରୁ ଟଙ୍କା ଉଠାଣ ହୋଇପାରି ନ ଥିଲା ।

ବରଂ ଉକ୍ତ ଏଟିଏମ୍‌ କାର୍ଡଟି ଜଗନ୍ନାଥ ଓଝାଙ୍କର ବୋଲି ଦର୍ଶାଯାଇଥିଲା । ତାଙ୍କ ଏଟିଏମ୍‌ କାର୍ଡ ବ୍ୟବହାର କରି କେହି ଦୁର୍ବୃତ୍ତ ଟଙ୍କା ଉଠାଣ କରିଥିବା ନେଇ ତାଙ୍କ ମୋବାଇଲ ଫୋନକୁ ବାର୍ତ୍ତା ଆସିବା ପରେ ସେ ଏନେଇ ଅଭିଯୋଗ କରିଥିଲେ ବୋଲି ସୂଚନା ରହିଛି ।

Comments are closed.