Latest Odisha News

BREAKING NEWS

ଶିଶୁ କବିତା : ତୁମେସବୁ ସୁନାପିଲା

ବନ୍ଦିତା ଦାଶ 

ମିଛ କହିବନି କେବେରେ
ଛଳନାବି କେବେ କରିବନି
ସୁନାପିଲା ହୋଇ ରହିବରେ
କେବେବି ବାହାନା କରିବନି।

ଯେତେ ବଡ ଭୁଲ ହୋଇଥାଉ
କେବେ ମିଛକୁ ପ୍ରଶ୍ରୟ ଦେବନି
ମିଛୁଆ ପ୍ରମାଣ ହୋଇଗଲେ
ସେହି ଦାଗ ଆଉ ଲିଭିବନି।

ନ୍ୟାୟ କଥାରେ କେବେହେଲେ
ଚୁପହୋଇ ତୁମେ ରହିବନି
ସତ୍ୟପଥରେ ବାଟ ଚାଲି
ପଛକୁ କେବେ ବି ହଟିବନି ।

ସରଳ ହୋଇକି ରହିବରେ
କାହାକୁ କେବେ ବି ଠକିବନି
ଅକପଟ ସ୍ନେହ ଦେଉଥିବ
ପାଇବାର ଆଶା ରଖିବନି ।

ସମୟକୁ ଦେଖି ଚାଲିବରେ
କେବେ ବି ଜୀବନେ ଡରିବନି
ଅଳସୁଆପଣେ କାମକୁ
କେବେହେଲେ ହେଳା କରିବନି।

ଜୀବନଟା ସତେ ପଥଟିଏ
ଚାଲୁଥିଲେ ବାଟ ସରିବନି
ଅପଥରେ ପାଦ ଥରେ ଦେଲେ
ଖୋଜିଲେ ସୁଖ ଯେ ମିଳିବନି।

ବାଳୁତ କାଳରୁ ଯିଏ ଯିଏ
ଶିଖିଯିବ ଏହି ଭଲ ବାଣୀ
ସୁନାପିଲା ସିଏ ହୋଇବ
ମଣିଷରେ ସାର ହେବପୁଣି।

କାଂଶବାହାଲ, ସୁନ୍ଦରଗଡ

Comments are closed.