Latest Odisha News

BREAKING NEWS

ଶିଶୁ କବିତା : ଜଗତେ ରଖିବା ନାଁ

ବନ୍ଦିତା ଦାଶ 

ପାହାଡ ମଥାନେ ଲାଗିଲା ନିଆଁ
ଚିଁ ଚିଁ କରେ କୁକୁଡା ଚିଆଁ ।୧।

ଆକାଶେ ଭାସୁଚି ଧୋବଲା ମେଘ
ପବନର ଆଜି ବହୁତ ବେଗ ।୨।

ନଈରେ , ନାଳରେ ପାଣି ଗୋଳିଆ
ନାଲିଆ ଚା’ ଟି ଭାରି ବଢିଆ। ୩।

ଗଛରେ ଦେଖରେ କେତେ ପତର
ମହମହ ସତେ ବାସେ ଅତର।୪।

ଫୁଲ ଫୁଟିଅଛି ବଗିଚା ସାରା
ଫୁରକରି ଉଡିଗଲା ତ ପାରା।୫।

ଫରଫର ଉଡେ ପତାକା ଆମ
ଭାରତ ମାଆଙ୍କୁ କୋଟି ପ୍ରଣାମ। ୬।

ମାଟିମାଆ ପାଇଁ କାମ କରିବା
ଜଗତରେ ଆମ ନାଁ ରଖିବା।୭।

କାଂଶବାହାଲ

Leave A Reply

Your email address will not be published.