Latest Odisha News

କବିତା : ପାଗଳ ଗାରଦ

ମାନସ ରଞ୍ଜନ ମହାପାତ୍ର

ଏଠି କେହି ରହୁନାହାନ୍ତି ଏବେ
ସାରା କୋଠାରେ
ବଖରା ପଡ଼ିଛି ସବୁ ଖାଲି

କିଛି ପ୍ରଚାରପତ୍ର, କିଛି ମୁଖା
କିଛି ବୋମା, କିଛି ଭାଷଣ
ଫୁଲ, ନଈ, ଆକାଶ, ମେଘ-କିଛି କଙ୍କାଳ
ଚିତ୍ର ବିଚିତ୍ର ଚିତ୍ର ଚରିତ୍ର
ତତଲା ପବନ, କେତେ ଡହଳ ବିକଳ
ସବୁ ଦିନ !

ଆସିବ?
ଆସ
ଫେରିଯିବ?
ଯାଅ !

୯୮୯୧୯୪୬୧୭୮

Leave A Reply

Your email address will not be published.