Latest Odisha News

BREAKING NEWS

ଶିଶୁ କବିତା : ଆହା କି ସୁନ୍ଦର ଲାଗେ

ପ୍ରତିଭା ସାହୁ 

ଆହା କି ସୁନ୍ଦର ଲାଗେ
ସୁନେଲି ସୂରୁଯ
ନୀଳ ଆକାଶେ ଦେଖିଲେ
ଇନ୍ଦ୍ରଧନୁ ମୂରୁଯ ।

ଆହା କି ସୁନ୍ଦର ଲାଗେ
ପାହାଡ଼ି ଝରଣା
ରାତ୍ରିର ଆକାଶେ ହସେ
ଜହ୍ନର ଜୋଛନା ।

କେରୀ କେରୀ ଵଉଳର
ମିଠା ମିଠା ବାସ୍ନା
ମଧୁର ଜଳରେ ମେଣ୍ଟେ
ସଭିଙ୍କର ତୃଷ୍ଣା ।

ଭଲ ଲାଗେ କୁହୁ କୁହୁ
କୋଇଲିର ସ୍ୱର
ଫୁଲେ ଫୁଲେ ଗୁଣୁ ଗୁଣୁ
କରଇ ଭ୍ରମର ।

ଆହା କି ସୁନ୍ଦର ଲାଗେ
ଶିଶୁ ଓଠେ ହସ
ସବୁଜ ଏ ତରୁ ଲତା
ବନ ଗିରି ବାସ ।

ହାଇସ୍କୁଲ ରୋଡ୍ (ଅନୁଗୋଳ)

Leave A Reply

Your email address will not be published.