Latest Odisha News

BREAKING NEWS

ଶିଶୁ କବିତା : ନଟୁ

ପୁଣ୍ୟପ୍ରଭା ଦେବୀ

ଦାଦା ଦେଇଥିଲେ ବେଲୁନ୍ ଗୋଟିଏ
ଖୁଡି ଦେଇଥିଲେ ନଟୁ
ବେଲୁନ୍ ଫାଟିଲା ନଟୁ ଖେଲିବାରେ
ମୁଁ ତ ହେଲିଣି ପଟ୍ଟୁ ।

ସୁନାପୁଅ ପରି ପାଠ ସାରିଦେଇ
ଯେତେବେଳେ ପାଏ ଛୁଟି
ନଟୁ ଖେଳି ଖେଳି ରାମ୍ପିଦିଏ ଆମ
ଏଇ ଅଗଣା ର ମାଟି ।

ଘୁରି ଯାଏ ମୋର ନଟୁ ଯେତେବେଳେ
ଘୁରେଇ ଦିଏ ତା ମଥା
ତଲେ ପଡିଗଲେ ଆଉଥରେ ପୁଣି
ଗୁଡେଇ ଦିଏ ତା ସୂତା।

ନଟୁ ପରି ମୋର ପୁରୁଥୀଟା ଘୁରେ
ସୂର୍ଯ୍ୟ ର ଚାରିପାଶ
ଦିନ ଘୁରୁଥାଏ ରାତି ଘୁରୁଥାଏ
ଘୁରଇ ବର୍ଷ ମାସ।

ଘୁରି ଘୁରି ପୁଣି ବର୍ଷକ ପରେ
ଆସଇ ଗଣେଶ ପୂଜା
ଦଶରା ଆସିଲେ ଦିବାଲୀ ଆସିଲେ
ଆମେ କରୁଥାଉ ମଜା ।

ଘୁରିଥାଏ ଆମ କଳ ପଙ୍ଖାଟା
ଘୁରେ ସାଇକେଲ ଚକ
ଚକ୍ରି ଘୁରିଲେ କେତେ ମଜା ଲାଗେ
ଘୁରୁ ଆମେ ଚାରି ପାଖ।

ଚକି ଘୁରି ଘୁରି ଗହମ ପେଷିଲେ
ଗଲି ପଡୁଥାଏ ଚୁନା
ରକେଟର ବସି ପୁରୁଥୀ ଘୁରିବା
ଭଲ କି ପଢିଲେ ସିନା ।

Comments are closed.