ତରୁଣ କୁମାର ମିଶ୍ର
ଆସିଛି ଖରା ତାତିଛି ଧରା
ବହୁଛି ଝାଞ୍ଜି ବାଆ ,
ଖରାକୁ ଆମେ ଯିବା ତ ନାହିଁ
ମନା କରିଛି ମାଆ ।
ଗଛ ବୃକ୍ଷତ ପଦା ହେଲାଣି
ମିଳୁନି ଟିକେ ଛାଇ ,
ଚଢ଼େଇଙ୍କର କିଚିରି ଶବ୍ଦ
ଆଉ ତ ଶୁଭୁ ନାହିଁ।
ଉପର ଓଳି ଝଡ଼ ବତାସୀ
ଆସଇ କାହୁଁ ମାଡ଼ି ,
ବରଷା ଟିକେ ହୁଏକି ନାହିଁ
ଶୁଭଇ ଘଡ଼ଘଡ଼ି ।
ସାଥିରେ ଆଣେ ଧୂଳି ଝଡ଼କୁ
ଧରି ଭୀଷଣ ରୂପ ,
ଆଖି କାନରେ ଧୂଳି ପଶିଲେ
ଲାଗଇ ବଡ଼ କଷ୍ଟ ।
ନାମଟି ତା’ର କାଳ ବୈଶାଖୀ
ଭୟଙ୍କର ତା ରୂପ,
ଗଛ ବୃକ୍ଷକୁ ଦିଏ ଉପାଡ଼ି
ଭାଙ୍ଗେ ଝରକା କାଚ ।
ଝରକା ସାଥେ କବାଟ ଆମେ
ଖୋଲା ରଖିବା ନାହିଁ ,
ଧୂଳି ବାଲିକୁ ଉଡ଼ାଇ ଆଣି
ଘରେ ଛାଡ଼ିବ ସେହି ।
ବରଷା ସାଥେ କୁଆପଥର
ଏ ଦିନେ ହୁଏ ମାଡ଼ ,
ବାହାରକୁ ଯେ ଯିବାନି ଆମେ
ଦରଜ ହେବ ଦେହ ।
ପାଚିଲା ଆମ୍ବ ପଣସ ଲିଚୁ
ପିଜୁଳୀ ଆମେ ଖାଇ ,
ମଞ୍ଜିକୁ ତା’ର ରାସ୍ତା କଡ଼ରେ
ଦେବାରେ ପୋତି ନେଇ ।
ବରଷା ହେଲେ ମଞ୍ଜିରୁ ଗଛ
ହୋଇ ବଢ଼ିବ ପରା ,
ସବୁଜ ହେବ ପରିବେଶ ତ
ହସିବ ଆମ ଧରା ।
ଖଣ୍ଡଗିରି, ଭୁବନେଶ୍ବର
Comments are closed.