ଝରଣା ବାରିକ
ସନ୍ଧ୍ୟା ସାତଟା ହେବ । ପଢ଼ା ଘରେ ବସି ବସି ବହି ଲେଉଟାଇ ପଢିବାକୁ ଚେଷ୍ଟା କରୁଥାଏ। ହେଲେ ମନ ଲାଗୁ ନ ଥାଏ ।
ଶୀତ ଯୋଗୁଁ ଘରୁ ବାହାରିବାକୁ ଇଚ୍ଛା ହେଉ ନଥାଏ। ଏହି ସମୟରେ ବାହାରର ହୋ ହାଲ୍ଲା ଶବ୍ଦରେ କାନ ଡେରି ଶୁଣିବାକୁ ଚେଷ୍ଟା କଲା ଅନୁ। କଣ୍ଠ ସ୍ବରଟା ଚିହ୍ନା ଚିହ୍ନା ଲାଗୁଛି। ବାହାରକୁ ଯାଇ ବୋଉଙ୍କୁ ଡାକିଲା । ହେଲେ ବୋଉର କିଛି ଉତ୍ତର ଆସିଲା ନାହିଁ । ଦାଣ୍ଡ ପଟ କବାଟଟା ଖୋଲା ଥିଲା । ବାହାରକୁ ଯାଇ ଦେଖିଲା ପଡ଼ିଶା ଘର ମାଉସୀ କାନ୍ଦୁଛନ୍ତି । କିଛି ବୁଝି ପାରିଲା ନାହିଁ । ଏଇ ସମୟରେ ଆମ୍ବୁଲାନ୍ସ ଟିଏ ଆସି ଠିଆ ହେଲା । ଅନୁ ସାମାନ୍ୟ ବି ବିଳମ୍ବ ନ କରି ଦୈାଡିଲା । ଯାହା ଦେଖିଲା ଡରରେ ତା’ ଦେହ ଥରି ଉଠିଲା । ଏତେ ବଡ଼ ଅଘଟଣ ଏତେ ଶୀଘ୍ର ଘଟିଗଲା କ’ଣ କେମିତି ହେଲା ଜାଣିବାକୁ ବାକି ରହିଲା ନାହିଁ ତା’ର।
ଶୀତର ଏତେ ବେଶୀ ହେଉଥିଲା ଯେ ସମ୍ଭାଳି ହେଉ ନଥିଲା । କିଏ ଚୁଲି ପାଖରେ ତ କିଏ ବାହାରେ ନିଆଁ ଲଗେଇ ନିଆଁ ପୋଇଁ ହେଉଥିଲେ । ମଣ୍ଟୁ ଆଉ ପିଣ୍ଟୁ ଦୁଇ ଭାଇ ଦାଣ୍ଡରେ ଅଳିଆ କାଠି କୁଟା ଆଣି ନିଆଁ ଲଗାଇ ନିଆଁ ପୋଇବା ପାଇଁ ପ୍ରସ୍ତୁତ ହେଲା ବେଳେ ତାଙ୍କ ମା ମନ କରୁଥିଲେ । ଏକୁଟିଆ ପିଲା ଦୁଇଟା ନିଆଁ ପାଖରେ ବାସ ନାହିଁ ବୋଲି ମନାକରି ଘର ଭିତରକୁ ପଳେଇଲେ । କିନ୍ତୁ ମଣ୍ଟୁ , ପିଣ୍ଟୁ ତାଙ୍କ ମା’ଙ୍କ କଥା ନମାନି ନିଆଁ ଲଗେଇ ବସିଥିଲେ ।କିଛି ସମୟ ପରେ ନିଆଁ ଜୋରରେ ଜଳିବାକୁ ଲାଗିଲା। ଏଇ ସମୟରେ ପିଣ୍ଟୁ ଘୋଡେ଼ଇ ହେଇଥିବା ସାଲରେ ନିଆଁ ଲାଗି ଯାଇଥିଲା। ଜାଣିବା ବେଇଲାକୁ ସେ ପିନ୍ଧି ଥିବା ସ୍ଵେଟରରେ ନିଆଁ ଲାଗି ସାରିଥିଲା । ସାଙ୍ଗେ ସାଙ୍ଗେ ଦେହରେ ମଧ୍ୟ ନିଆଁ ଲାଗିଗଲା । ସେତେବେଳକୁ ଆଉ କିଛି ଉପାୟ ନ ଥିଲା ଉଲ୍ ସ୍ଵେଟର ପୋଡ଼ି ଗଲା ପରେ ଅଠା ଭଳି ଦେହରେ ଭିଡ଼ି ହେଇଗଲା । କଷ୍ଟ ଓ ଯନ୍ତ୍ରଣାରେ ଛଟ ପଟ ହେଉଥାଏ ପିଣ୍ଟୁ । ତା’ ପାଟି ଶୁଣି ସମସ୍ତେ ଦୈାଡା ଦୈାଡି ହୋଇ ରୁଣ୍ଡ ହେଲେ ସିନା କେହି ବି ସେ ସ୍ଵେଟରକୁ କାଢି ପାରିଲେ ନାହିଁ । ଡାକ୍ତରଖାନାକୁ ଫୋନ କରି ଜଣେଇବା ପରେ ଆମ୍ବୁଲାନ୍ସ ଆସିଲା ଓ ପିଣ୍ଟୁକୁ ଡାକ୍ତରଖାନାକୁ ପଠାଗଲା। ବଡ଼ମାନଙ୍କ କଥା ନ ମାନିବାରୁ ଏତେ ବଡ଼ କାଣ୍ଡ ଘଟିଗଲା।
ଆମେ ସବୁବେଳେ ଆମଠୁ ବଡ଼ ଗୁରୁଜନମାନଙ୍କ କଥା ମାନି ଚଳିବା, ନହେଲେ ବିପଦର ସାମ୍ନା କରିବା ।
ସମଲ, ତାଳଚେର, ଅନୁଗୋଳ
Comments are closed.